କନକ ବ୍ୟୁରୋ : ଅନ୍ତିମ ରାସାୟନିକ ଅସ୍ତ୍ରାଗାରକୁ ନଷ୍ଟ କଲା ଆମେରିକା । କେଂଟୁକିର ପୂର୍ବାଂଚଳ ଅନ୍ତର୍ଗତ ସାମରିକ ୟୁନିଟରେ ଥିବା ନିଜର ଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ଆମେରିକା ଧ୍ୱଂସ କରିଦେଇଥିବା ନେଇ ହ୍ୱାଇଟ୍-ହାଉସ ପକ୍ଷରୁ ଘୋଷଣା କରାଯାଇଛି । ଯାହାକୁ ନେଇ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ । ଅସ୍ତ୍ରଶସ୍ତ୍ର ସବୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରୁ ଗଚ୍ଛିତ ଥିଲା ।

Advertisment

କେଂଟୁକିରେ ଥିବା ବୁଲ ଗ୍ରାସ୍ ଆର୍ମି ଡିପୋରେ ଥିବା ମାରତ୍ମକ ବିଷାକ୍ତ ପଦାର୍ଥ ଭର୍ତ୍ତି ରକେଟ୍ ସବୁ ଧ୍ୱଂସ କରିଦିଆଯାଇଛି । ରକେଟ୍ ଗୁଡ଼ିକର ଓଜନ ପ୍ରାୟ ୩୦ ଟନ୍ ଥିଲା । ୧୯୪୦ ଦଶକରେ ସେଗୁଡ଼ିକ ଉକ୍ତ ଡିପୋରେ ରଖାଯାଇଥିଲା । ହ୍ୱାଇଟ୍ ହାଉସ ପକ୍ଷରୁ ରିଲିଜ ହୋଇଥିବା ବିବୃତିରେ ରାଷ୍ଟ୍ରପତି ଜୋ-ବାଇଡ଼େନ କହିଛନ୍ତି ଗଛିତ ଥିବା ରାସାୟନିକ ଅସ୍ତ୍ରଶସ୍ତ୍ର ସବୁକୁ ମୂଳପୋଛ କରିବା ପାଇଁ ଆମେରିକା ୩୦ ବର୍ଷରୁ ଅଧିକ ସମୟ ଧରି ଅକ୍ଳାନ୍ତ ପରିଶ୍ରମ କରି ଆସୁଥିଲା ।

ଏବେ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ସଫଳତାର ସହ ନଷ୍ଟ କରିଦିଆଯାଇଛି । ସୂଚନା ଅନୁସାରେ ରିଚମଣ୍ଡ, କେଂଟୁକି ଏବଂ କଲରାଡୋର ପ୍ୟୁବ୍ଲୋରେ ଗତମାସରେ ରାସୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ କରାଯାଇଥିଲା । ବାକି ରସାୟନିକ ଅସ୍ତ୍ର ସବୁକୁ ସେପ୍ଟେମ୍ବର ୩୦ ସୁଦ୍ଧା ନଷ୍ଟ କରିବ ବୋଲି ଆମେରିକା କହିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଅତ୍ୟାଧୁନିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିବା ଏହି ରସାୟନିକ ଅସ୍ତ୍ରାଘାତରେ ଅନୁନ୍ୟ ୧ଲକ୍ଷ ଲୋକ ପ୍ରାଣ ହରାଇଥିଲେ ।