ଆତଙ୍କବାଦ ପ୍ରସଙ୍ଗରେ ଭାରତକୁ କୂଟନୈତିକ ସଫଳତା ! ହିଜବୁଲ ମୁଜାହିଦ୍ଦିନକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା
କନକ ବ୍ୟୁରୋ: ହିଜବୁଲକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଚଳାଇଥିବା ହିଜବୁଲ ମୁଜାହିଦ୍ଦିନକୁ ବିଦେଶୀ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି ଟ୍ରମ୍ପ ପ୍ରଶାସନ ।
Kanak News is now on WhatsApp
Join and get latest news updates delivered to you via WhatsApp
ଇମିଗ୍ରେସନ୍ ଆଣ୍ଡ୍ ନ୍ୟାସନାଲିଟି ଆକ୍ଟ ଧାରା ୨୧୯ ଏବଂ ଏକଜିକ୍ୟୁଟିଭ୍ ଅର୍ଡର-୧୩ ହଜାର ୨୨୪ ଅନୁଯାୟୀ ହିଜବୁଲ ମୁଜାହିଦ୍ଦିନକୁ ଡିଜାଇନେଟେଡ୍ ଗ୍ଲୋବାଲ ଟେରରିଷ୍ଟ ବା ଏସଡିଜିଟି ଘୋଷଣା କରିଛି ଆମେରିକା ବିଦେଶ ବିଭାଗ ।
ଆମେରିକାରେ ହିଜବୁଲ ମୁଜାହିଦ୍ଦିନର ସମସ୍ତ ସଂପତି ବାଜ୍ୟାପ୍ତି କରିବା ସହ ଏହି ଆତଙ୍କୀ ସଂଗଠନର ଗତିବିଧି ଉପରେ କଟକଣା ଲାଗୁ ହୋଇଛି । ଏହା ସହ ଏହି ସଂଗଠନ ସହ କେହି କୌଣସି ଉପାୟରେ ସଂପୃକ୍ତ ହୋଇପାରିବେନି ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି ।