କନକ ବ୍ୟୁରୋ: ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଋଷଠାରୁ ତେଲ କିଣିବା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି । ହେଲେ ଦେଶର ଅଭାବ ପୂରଣ କରିବାକୁ ଆମେରିକା ଏବେ ଭାରତଠାରୁ ତୈଳ କିଣିବା ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ଗ୍ଲୋବାଲ ଅଏଲ୍ ଟ୍ରେଡର୍ସ ଭାରତୀୟ ରିଫାଇନାରୀରୁ ଗୋଟିଏ ବ୍ୟାରେଲ ପିଛା ୧୦ରୁ ୧୫ ଡଲାର ଟଙ୍କା ଦେଇ ଭିଜିଓ କିଣି ନେଉଛି । ତେବେ ଭିଜିଓ ହେଉଛି ଏକପ୍ରକାର ଅଶୋଧିତ ତୈଳ ଯେଉଁଥିରୁ କି ଗ୍ୟାସଲିନ୍ ଏବଂ ଡିଜେଲ ପ୍ରସ୍ତୁତ କରାଯାଇଥାଏ ।
ଏହାପୂର୍ବରୁ ଆମେରିକାର ରିଲାଏନ୍ସ ଇଣ୍ଡଷ୍ଟ୍ରୀଠାରୁ ମଧ୍ୟ ଭିଜିଓ କିଣିଥିଲା । ଯାହାକି ଅକ୍ଟୋବର ଶେଷ ଆଡକୁ ଆମେରିକାରେ ପହଞ୍ଚିଥିଲା । ତେବେ ଏବେ ଆମେରିକା ପୁଣିଥରେ ଆହୁରି ଅଧିକ ପରିମାଣର ଭିଜିଓ ଭାରତଠାରୁ କିଣିଛି । ଗତବର୍ଷ ତୁଳନାରେ ଆମେରିକା ଚଳିତ ବର୍ଷ ଭାରତଠାରୁ ଅଧିକ ମାତ୍ରାରେ ତୈଳ କିଣିଛି । ଗତବର୍ଷ ଭାରତଠାରୁ ଗୋଟିଏ କାର୍ଗୋ ତେଲ ଆମେରିକା କିଣିଥିବାବେଳେ, ଚଳିତ ବର୍ଷ ସୁଦ୍ଧା ଏକାଧିକ କାର୍ଗୋ ଭିଜିଓ ଭର୍ତ୍ତି କରି ଆମେରିକାରେ ପହଞ୍ଚି ସାରିଲାଣି ।
ଜାଣିରଖିବା ଉଚିତ୍ ଯେ, ତେଲ କିଣିବା କ୍ଷେତ୍ରରେ ଭାରତ ହେଉଛି ତୃତୀୟ ବୃହତ ରାଷ୍ଟ୍ର । ଆମେରିକା ସମେତ ପଶ୍ଚିମ ଦେଶମାନେ ରୁଷ ଉପରେ ପ୍ରତିବନ୍ଧକ ଲଗାଇବା ସତ୍ତ୍ୱେ ଭାରତ କିନ୍ତୁ ଋଷଠାରୁ ତେଲ କିଣିବା ବନ୍ଦ କରିନି । ଏମିତି ଋଷଠାରୁ ଭାରତ କମ୍ ଦାମରେ ମଧ୍ୟ ତେଲ କ୍ରୟ କରିଛି । ଆଉ ଏବେ ଭାରତ ସେହି ତେଲକୁ ରିଫାଇନ୍ କରି ପଶ୍ଚିମ ଦେଶକୁ ବିକିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/11/oil_ship-sixteen_nine.jpg)