୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବ୍ୱୁର୍ ହୁସେନ୍ ରାଣା ଗିରଫ : ଆମେରିକାରେ ଗିରଫ ହେଲା ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ । 

2,783

୨୬/୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀକୁ ଗିରଫ କରିଛି ୟୁଏସ୍ ଅଥୋରିଟି । ପାକିସ୍ଥାନର ଆତଙ୍କବାଦୀ ତହବ୍ୱୁର୍ ହୁସେନ୍ ରାଣାକୁ ୟୁଏସ୍ ଅଥୋରିଟି ଗିରଫ କରିଥିବାର ସୂଚନା ଆସୁଛି । ୨୬/୧୧ ଆକ୍ରମଣର ମୋଷ୍ଟ୍ ୱାଣ୍ଟେଡ୍ ଥିଲା ତହବ୍ୱୁର୍ । ଆତଙ୍କୀକୁ ଲସ୍ ଏଞ୍ଜେଲସରେ ଗିରଫ କରିଛି ୟୁଏସ୍ ଅଥୋରିଟି । ହୁସେନ୍ ୨ ଦିନ ପୂର୍ବରୁ ଆମେରିକା ଜେଲରୁ ମୁକୁଳିଥିଲେ ହେଁ ଅଥୋରିଟି ପୁଣିଥରେ ଆତଙ୍କୀକୁ ଗିରଫ କରିଛି । ଏପଟେ ଭାରତ ଲଗାତାର ଆତଙ୍କୀକୁ ଭାରତ ହାତରେ ଦେବାକୁ ଦାବି କରୁଛି । ତହବ୍ୱୁର ପାକ୍ ମୂଳ ଆମେରିକା ଆତଙ୍କୀ ଡେବିଡ୍ ହେଡଲୀର ଜଣେ ସହଯୋଗୀ ଥିଲା ଏବଂ ମୁମ୍ବାଇ ଆକ୍ରମଣରେ ସେ ମୁଖ୍ୟ ଭୂମିକା ତୁଲାଇଥିଲା । ସେ ଏକ ଯାଚିକାରେ ନିଜକୁ କରୋନା ଆକ୍ରାନ୍ତ ପୀଡିତ ବୋଲି ସଫେଇ ଦେଇଥିଲା । ଯେଉଁଥିପାଇଁ ଆତଙ୍କୀକୁ ଜେଲରୁ ମୁକ୍ତ କରାଯାଇଥିଲା । ଏବେ ଆମେରିକା ଏଜେନ୍ସି ଭାରତ ଦ୍ୱାରା ଲଗାଯାଇଥିବା ଆରୋପକୁ କେନ୍ଦ୍ର କରି ଆତଙ୍କୀକୁ ପୁଣିଥରେ ଗିରଫ କରିଛି ।

ଆପଣଙ୍କୁ କହିରଖୁଛୁ ଯେ ମୁମ୍ବାଇ ଆକ୍ରମଣ ମାମଲାରେ ତହବ୍ୱୁର୍ ହୁସେନ୍ ରାଣାକୁ ୧୦ ଜୁନ୍ ୨୦୧୧ ରେ ଅଭିଯୁକ୍ତ ଘୋଷଣା କରାଯାଇଥିଲା । ଡେନମାର୍କ ଖବରକାଗଜ ଉପରେ ଆକ୍ରମଣର ଷଡ଼ଯନ୍ତ୍ର ରଚିବାଠୁ ଆରମ୍ଭ କରି ଲସ୍କର-ଏ-ତୋଏବାର ସାହାଯ୍ୟ କରିବାକୁ ନେଇ ମଧ୍ୟ ଆତଙ୍କୀକୁ ଅଭିଯୁକ୍ତ ଘୋଷଣା କରାଯାଇଥିଲା । ରାଣା ଏହି ସବୁ ମାମଲାରେ ଗତ ୧୦ ବର୍ଷ ଧରି ଆମେରିକାର ଜେଲରେ ଥିଲା ।