ଭାରତକୁ ସିହକ୍ ହେଲିକପ୍ଟର ଯୋଗାଇବ ଆମେରିକା : ବୁଡାଜାହାଜ ଧ୍ୱଂସ କରିବାରେ ହେବ ସହାୟକ

ଭାରତକୁ ସିହକ୍ ହେଲିକପ୍ଟର ଯୋଗାଇବ ଆମେରିକା : ବୁଡାଜାହାଜ ଧ୍ୱଂସ କରିବାରେ ହେବ ସହାୟକ

source : Jagran Josh

ଭାରତକୁ ୨୪ଟି ଅତ୍ୟାଧୁନିକ ଏମଏଚ-୬୦ ରୋମିଓ ସି-ହକ୍ ହେଲିକପ୍ଟର ଯୋଗାଇବ ଆମେରିକା। ସମୁଦ୍ର ଭିତରେ ବୁଡ଼ା ଜାହାଜ ବା ସବମରିନ ଏବଂ ଜାହାଜକୁ ଠାବ କରିବା ସହିତ ଧ୍ବଂସ କରିବାର କ୍ଷମତା ରହିଛି ଏହି ହେଲିକପ୍ଟରର। ଭାରତ ମହାସାଗରରେ ଚୀନ ଯେପରି ଏହାର ନୌଶକ୍ତି ବୃଦ୍ଧି କରି ଭାରତ ପ୍ରତି ବିପଦ ସୃଷ୍ଟି କରୁଛି ତାହାର ମୁକାବିଲାରେ ଏହି ହେଲିକପ୍ଟର ସହାୟକ ହେବ ବୋଲି କୁହାଯାଉଛି।

ଆଜି ଆମେରିକା ସଂସଦରେ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ ସରକାର। ସରକାର କହିଛନ୍ତି ଯେ, ଆମେରିକାର ବୈଦେଶିକ ନୀତି ଏବଂ ସୁରକ୍ଷା ନୀତି ଅନୁସାରେ ଭାରତ ସହିତ ଏହି ହେଲିକପ୍ଟର ପାଇଁ ଚୁକ୍ତି ହୋଇଛି। ପ୍ରତିରକ୍ଷା ଦୃଷ୍ଟିରୁ ଭାରତକୁ ଏହା ଗୁରୁତ୍ବପୂର୍ଣ୍ଣ ମିତ୍ର ରାଷ୍ଟ୍ର ବୋଲି ବର୍ଣ୍ଣନା କରିଛି। ଏହା ଭାରତ-ଆମେରିକା ପ୍ରତିରକ୍ଷା ସଂପର୍କକୁ ଆହୁରି ମଜବୁତ କରିବ। ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଦକ୍ଷିଣ ଏସିଆ ଅଞ୍ଚଳରେ ରାଜନୈତିକ ସ୍ଥିରତା, ଶାନ୍ତି ଏବଂ ଅର୍ଥନୈତିକ ପ୍ରଗତି ପ୍ରତିଷ୍ଠା ଦିଗରେ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଉକ୍ତ ଅଞ୍ଚଳରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଶକ୍ତି ହୋଇଥିବାରୁ ଏଭଳି ପ୍ରତିରକ୍ଷା ବ୍ୟବସ୍ଥା ଜରୁରୀ। ଭାରତ ନିଜର ସୁରକ୍ଷା ପାଇଁ ଏହି ହେଲିକପ୍ଟରକୁ ନିଜ ସେନାରେ ସାମିଲ କରିପାରିବ। ଏହାକୁ ଉଦ୍ଧାର କାର‌୍ୟ୍ୟରେ ମଧ୍ୟ ନିୟୋଜିତ କରାଯାଇପାରିବ।

publive-image

ବିଶ୍ବର ସବୁଠାରୁ ଅତ୍ୟାଧୁନିକ ସାମରିକ ହେଲିକପ୍ଟର ବୋଲି କୁହାଯାଉଥିବା ସି-ହକ୍ ପାଇଁ ଭାରତ ୨.୪ ବିଲିଅନ୍ ଡଲାର ଦେବ। ଏବେ ଏହା କେବଳ ଆମେରିକା ନୌସେନାରେ ନିୟୋଜିତ ଅଛି। ଏହାକୁ ବୁଡ଼ାଜାହାଜ ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ଏହା ଭୂସ୍ଥଳରେ ମଧ୍ୟ ସୁରକ୍ଷା ଯୋଗାଇପାରିବ। ଆକ୍ରମଣ କ୍ଷମତା ରହିଥିବା ଏହି ହେଲିକପ୍ଟରକୁ ପରିବହନ ଏବଂ ଯୋଗାଯୋଗ ସୁବିଧା ଲାଗି ମଧ୍ୟ ବ୍ୟବହାର କରାଯାଇପାରିବ।

ବର୍ତମାନ ପର‌୍ୟ୍ୟନ୍ତ ଭାରତ ବ୍ରିଟେନ ନିର୍ମିତ ପୁରୁଣାକାଳର ସି-କିଙ୍ଗ ହେଲିକେପ୍ଟର ଉପରେ ନିର୍ଭର କରିଆସୁଛି ଓ ଆମେରିକା ଏହି ଅତ୍ୟାଧୁନିକ ହେଲିକପ୍ଟର ଯୋଗାଇବା ପରେ ଭାରତର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଟାର୍ଗେଟରେ ଚୀନ :

ୱାସିଂଟନ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଭାଗିତା ବଢାଇବା ପାଇଁ ଆମେରିକା ଅତ୍ୟାଧୁନିକ ହେଲିକପ୍ଟର ଭାରତକୁ ଦେଉଥିବା ପ୍ରକାଶ କରିଥିଲେ ମଧ୍ୟ ଟାର୍ଗେଟରେ ରହିଛି ଚୀନ ଓ ଶୀତଳ ଯୁଦ୍ଧ ସମୟରୁ ଭାରତ -ଆମେରିକା ସମ୍ପର୍କ ଖରାପ ହୋଇଆସିଥିଲେ ମଧ୍ୟ ଚୀନର କ୍ଷମତାକୁ ଦେଖି ଆମେରିକା ଭାରତକୁ ଶକ୍ତିଶାଳୀ କରିବାକୁ ସହଯୋଗ କରିବାକୁ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଉଛି ବୋଲି ମତ ଦେଇଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଓ ଭାରତ ମହାସାଗରରେ ଚୀନ ଏକ ନୌଶକ୍ତି ଭାବେ ଉଭା ହେବା ପରେ ଚୀନର କ୍ଷମତା ବିସ୍ତାରକୁ ରୋକିବା ପାଇଁ ଆମେରିକା ଏଭଳି ପଦକ୍ଷେପ ନେଉଛି ଓ ଭାରତ ମହାସାଗରରେ ବହୁ ନୌଘାଟୀ ପ୍ରତିଷ୍ଠା କରିବା ସହିତ ଚୀନ ଭାରତର ପାରମ୍ପରିକ ଶତ୍ରୁ ପାକିସ୍ତାନର ଗଦର ବନ୍ଦର ନିର୍ମାଣ କରିବା ଆଞ୍ଚଳିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe