ପଦାରେ ପଡିଲା ଆମେରିକାର ଦୋମୁହାଁ ନୀତି । ଗୋଟିଏ ପଟେ ତାଗିଦ କରୁଛି ଅନ୍ୟ ପଟେ ଏଫ୍-୧୬ ଯୁଦ୍ଧ ବିମାନ ଦେବା ଲାଗି ନିଷ୍ପତ୍ତି ନେଉଛି

294

କନକ ବ୍ୟୁରୋ : ପଦାରେ ପଡିଲା ଆମେରିକାର ଦୋମୁହାଁ ନୀତି । ପୁଣି ପାକକୁ ବଢାଇଲା ସହଯୋଗର ହାତ । ଇମ୍ରାନଙ୍କ ଗସ୍ତ ପରେ ପାକିସ୍ତାନ ପ୍ରେମରେ ପଡିଲେ ଟ୍ରମ୍ପ । ସାରା ବିଶ୍ୱ ଯେଉଁ ସମୟରେ ଆତଙ୍କବାଦୀକୁ ନେଇ ଚିନ୍ତାରେ ରହିଛି ଠିକ ସେହି ସମୟରେ ପାକିସ୍ତାନକୁ ଯୁଦ୍ଧ ବିମାନ ଦେବା ଲାଗି ସମତ୍ତି ଜଣାଇଛି । ଏହି ଖବର ଜଣାପଡିବା ପରେ ସାରା ବିଶ୍ୱ ସ୍ତବ୍ଧ । ପାକିସ୍ତାନ ଭଳି ଦେଶକୁ ଆମେରିକା ଯଦି ପୁଣି ଥରେ ଯୁଦ୍ଧ ବିମାନ ଦିଏ ତେବେ ତାହାର ସେ ଅପବ୍ୟବହାର କରିବା ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହେଲାଣି । ହେଲେ କାହିଁକି ଆମେରିକା ପାକିସ୍ତାନକୁ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ସାହାଯ୍ୟର ହାତ ବଢାଉଛି ତାହାକୁ ନେଇ ଏବେ ଚର୍ଚ୍ଚାଜୋର ଧରିଛି ।

source : google

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆମେରିକା ଗସ୍ତର ତୁରନ୍ତ ବାଦ ଟ୍ରମ୍ପ୍ ପ୍ରଶାସନ ଏକ ଚକିତକାରୀ ନିଷ୍ପତ୍ତି ନେଇଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପାକିସ୍ତାନକୁ ଶକ୍ତିଶାଳୀ ଯୁଦ୍ଧ ବିମାନ ଏଫ୍-୧୬ ବିକ୍ରି କରିବାକୁ ମଂଜୁରି ଦେଇଛି। ୧୨୫ ନିୟୁତ ଡଲାରରେ ଏହି ଚୁକ୍ତି ସଂପନ୍ନ ହୋଇଥିବା ଜଣାପଡ଼ିଛି। ପେଣ୍ଟାଗନ ଏ ବାବଦରେ ଆମେରିକା କଂଗ୍ରେସକୁ ସୂଚନା ଦେଇଛି। ଚଳିତ ବର୍ଷ ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ପାକିସ୍ତାନ ଏଫ୍-୧୬ ଯୁଦ୍ଧ ବିମାନ ଭାରତ ବିରୋଧରେ ବ୍ୟବହାର କରିଥିଲେ। ଭାରତୀୟ ବାୟୁସେନା ପାକିସ୍ତାନର ଅଭିଯାନକୁ ପଣ୍ଡ କରିବା ସହ ଗୋଟିଏ ଏଫ୍-୧୬ ବିମାନକୁ ଖସାଇ ଦେଇଥିଲା। ପାକିସ୍ତାନକୁ ଏଫ୍-୧୬ ବିକ୍ରି ନିଷ୍ପତ୍ତି ଯୋଗୁଁ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।