୨୬/୧୧ ଘଟଣାର ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଆମେରିକା ଦେବ ୩୫କୋଟି ଟଙ୍କା ପୁରସ୍କାର

Advertisment
୨୬/୧୧ ଘଟଣାର ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଆମେରିକା ଦେବ ୩୫କୋଟି ଟଙ୍କା ପୁରସ୍କାର

କନକ ବ୍ୟୁରୋ : ମୁମ୍ବାଇ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୩୫ କୋଟି ଟଙ୍କାର ପୁରସ୍କାର ରାଶି ଦେବ ଯୁକ୍ତରାଷ୍ଟ୍ର ଆମେରିକା । ଟ୍ରମ୍ପ ପ୍ରଶାସନ ମୁମ୍ବାଇ ଘଟଣାକୁ ୧୦ ବର୍ଷ ପୂର୍ତ୍ତି ଅବସରରେ ସେଠାକାର ସରକାର ଏପରି ଭାବରେ ଘୋଷଣା କରିଥିବା ସୂଚନା ମିଳିଛି ।‘୨୦୦୮ ମୁମ୍ବାଇ ଆକ୍ରମଣ’ ଘଟାଇଥିବା, ଷଡ଼ଯନ୍ତ୍ର କରିଥିବା ବା ସହାୟତା କରିଥିବା ଯେ କୌଣସି ଦେଶର ଯେ କୌଣସି ବ୍ୟକ୍ତିଙ୍କ ଗିରଫଦାରି ବା ବିଚାର ପାଇଁ ସୂଚନା ନିମନ୍ତେ ସୋମବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ୫ ନିୟୁତ ଡଲାର୍ ଘୋଷଣା କରିଛି। । ଏହି ଆକ୍ରମଣରେ ୧୦ ଜଣ ପାକିସ୍ତାନୀ ଲସ୍କର୍-ଏ-ତୈବା ଆତଙ୍କବାଦୀ ଭାରତର ଆର୍ଥିକ ନାଭିଚକ୍ର ମୁମ୍ବାଇରେ ଆଖିବୁଜା ଗୁଳି ଚଳାଇ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣ ଲୋକଙ୍କୁ ମାରିଥିଲେ।

publive-imageସୋମବାର ଦିନ ଷ୍ଟେଟ୍ସ୍ ଡିପାର୍ଟମେଣ୍ଟର ରିଓ୍ଵାର୍ଡସ୍ ଫର୍ ଜଷ୍ଟିସ୍ ପ୍ରୋଗ୍ରାମ କହିଛି: ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରି ତାଙ୍କର ବିଚାର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ତା’ର ଆନ୍ତର୍ଜାତିକ ମିତ୍ରଙ୍କ ସହ କାର୍ଯ୍ୟ କରିବାକୁ ବଦ୍ଧପରିକର। ଆମେରିକାର ଘୋଷଣା ମୁମ୍ବାଇ ଆକ୍ରମଣକାରୀଙ୍କ ସୂଚନା ସକାଶ ତୃତୀୟ ଆରଏଫଜେ ଘୋଷଣା। ଷ୍ଟେଟସ୍ ଡିପାର୍ଟମେଣ୍ଟ୍ କହିଛି ଯେ ଏହି ଘଟନା ସଂକ୍ରାନ୍ତରେ ଯେଉଁ ବ୍ୟକ୍ତିଙ୍କ ପାଖରେ ସୂଚନା ଅଛି ସେମାନେ ରିଓ୍ଵାର୍ଡସ୍ ଫର୍ ଜଷ୍ଟିସ୍ ଅଫିସ୍ ସହ ୱେବସାଇଟ ଜରିଆରେ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe