ହୁତୀ ଆତଙ୍କୀଙ୍କ ଆଡ୍ଡାରେ ଆମେରିକା-ବିଟ୍ରେନର ମିଳିତ ଅପରେସନ । ମିସାଇଲ,ଡ୍ରୋନ, ବୋମାମାଡ଼ରେ ମାଟିରେ ମିଶିଲା ହୁତୀ ଆଡ୍ଡା

212

କନକ ବ୍ୟୁରୋ : ଲୋହିତ ସାଗରରେ ହଲଚଲ । ଡ୍ରୋନ, ମିସାଇଲ, ବୋମା ମାଡ଼ରେ କମ୍ପୁଛି ସାଗର । ଥରହର ହୁତୀ ସଂଗଠନ । ଚେତାବନୀ ପରେ ହୁତୀ ବିଦ୍ରୋହୀ ସଂଗଠନ ଉପରେ ଜୋରଦାର ଆକ୍ରମଣ କରୁଛି ଆମେରିକା-ବ୍ରିଟେନ ମିଳିତ ଟିମ । କିଭଳି ଏୟାରବେସରୁ ଗୋଟେ ପରେ ଗୋଟେ ଯୁଦ୍ଧ ବିମାନ ଲୋହିତ ସାଗର ମୁହାଁ ହେଉଛନ୍ତି । ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଭର୍ତି ବିମାନ ଲୋହିତସାଗରେ ଉପରେ ପଇଁତରା ମାରିବା ସହ ଯେଉଁଠି ହୁତୀ ଆଡ୍ଡା ଦେଖୁଛନ୍ତି ସେଠି ଜୋରଦାର ଆକ୍ରମଣ କରୁଛନ୍ତି । ନିକଟରେ ହ୍ୱାଇଟ ହାଉସ ଓ ବିଭିନ୍ନ ଦେଶ ପକ୍ଷରୁ ହୁତୀ ବିଦ୍ରୋହୀ ସଂଗଠନକୁ ଚେତାବନୀ ଦିଆଯାଇଥିଲା । ଏହାକୁ ଖାତିର ନକରି ଲୋହିତ ସାଗରରେ ଆକ୍ରମଣ ଜାରି ରଖିଛି । ହୁତୀ ଲୋହିତ ସାଗରରେ ବାରମ୍ବାର ଆକ୍ରମଣ ଓ ଅପହରଣ କରିବା ପରେ ଉଭୟ ୟୁଏସ-ୟୁକେ ସାମରିକ କାର୍ଯ୍ୟାନୁଷ୍ଠାନ ଗହଣ କରିଛନ୍ତି । ଆମେରିକା କହିଛି ଦକ୍ଷିଣ ଲୋହିତ ସାଗର ଓ ଗଲଫ ଅଫ ଆଡେନରେ ହୁତୀ ଆତଙ୍କୀଙ୍କ ଆକ୍ରମଣ ଚିନ୍ତାଜନକ । ମୁକ୍ତ ବାଣିଜ୍ୟ ପ୍ରତି ବିପଦ । ଏହା ଅର୍ନ୍ତଜାତୀୟ ନିୟମର ଉଲ୍ଲଂଘନ । ବିଭିନ୍ନ ରାଷ୍ଟ୍ରଙ୍କ ସହ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ଅନୁସାରେ ଆମେରିକା ଓ ବିଟ୍ରେନ ସେନାପକ୍ଷରୁ ତୋମାହକ ମିସାଇଲ ଓ ଫାଇଟର ଜେଟ ଦ୍ୱାରା ଆକ୍ରମଣ କରାଯାଇଛି । ଆକ୍ରମଣ ସମୟରେ ହୁତୀ ବିଦ୍ରୋହୀ ଲଜିଷ୍ଟିକ ହବ, ଏୟାର ଡିଫେନ୍ସ ସିଷ୍ଟମ, ଅସ୍ତ୍ରଶସ୍ତ୍ର ମହଜୁଥିବା ସ୍ଥାନକୁ ଟାର୍ଗେଟ କରାଯାଉଛି । ଆତଙ୍କୀ ସଂଗଠନକୁ ପରୋକ୍ଷରେ ଇରାନ ଓ ୟେମନେ ସସମର୍ଥନ କରୁଛନ୍ତି । ନଭେମ୍ବର ୧୯ ପରଠୁ ଲୋହିତ ସାଗରରେ ଯାଉଥିବା ଜାହାଗକୁ ଟାର୍ଗେଟ କରି ଆସୁଛି ହୁତୀ । ଏବେ ସୁଦ୍ଧା ଲୋହିତ ସାଗରେ ୨୭ଥର ଆକ୍ରମଣ କରିସାରିଛି ହୁତୀ ସଂଗଠନ ।

ଆମେରିକା-ବିଟ୍ରେନ ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଆମେରିକା ପ୍ରତିପକ୍ଷ ନେତା ଆନ୍ଥୋନୀ ବ୍ଲିଂକେନଙ୍କ ସହ ଆଲୋଚନା କରିଛନ୍ତି ଭାରତ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଆଗକୁ ଅର୍ନ୍ତଜାତୀୟ ଆଇନ, ମୁକ୍ତ, ବାଣିଜ୍ୟକୁ ସମସ୍ୟାରେ ପକାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଭାରତ ।