କନକ ବ୍ୟୁରୋ: ବଲିଉଡରେ ସବୁଠୁ ଲୋକପ୍ରିୟ ଅଭିନେତା ଶାହାରୁଖ୍ ଖାନ୍ ବୋଲି କେବଳ ଦେଶବାସୀ ନୁହେଁ ବିଦେଶର ଲୋକେ ମଧ୍ୟ ଭଲଭାବେ ଜାଣନ୍ତି । ତାଙ୍କର ଷ୍ଟାରଡମ୍ କେବଳ ଭାରତରେ ନୁହେଁ ବରଂ ପୁରା ଦୁନିଆରେ ପ୍ରସିଦ୍ଧି ପାଇଛି । ଏବେ ତ ଶାହାରୁଖଙ୍କ ଅଭିନୟରେ ପ୍ରେରିତ ହୋଇ ତାଙ୍କୁ ଭେଟିବାକୁ ତାଙ୍କର ଘର ‘ମନ୍ନତ’ରେ ପହଞ୍ଚିଥିଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି । ଭାରତ ଆସିବା ପରେ ଗାର୍ସେଟି ମଙ୍ଗଳବାର ଶାହାରୁଖଙ୍କ ମୁମ୍ବାଇ ସ୍ଥିତ ମନ୍ନତରେ ପହଞ୍ଚି ଆତିଥ୍ୟ ଗ୍ରହଣ କରିଛନ୍ତି । ମନ୍ନତରେ ଗାର୍ସେଟିଙ୍କର ବର୍ଣ୍ଣାଢ୍ୟ ଢଙ୍ଗରେ ସ୍ୱାଗତ ହୋଇଥିଲା ।
ଗାର୍ସେଟି ଓ ଶାହାରୁଖ ଦୁହେଁ ଏକାଠି ବସି ବଲିଉଡ୍ ମୁଭି ଦେଖିବା ସହ ଖାଦ୍ୟ ଖାଇଥିଲେ । ଶାହାରୁଖଙ୍କ ଆତିଥ୍ୟରେ ଖୁସି ହୋଇ ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରିଛନ୍ତି ଏରିକ୍ ଗାର୍ସେଟି । ଏହା ସହ ଲେଖିଛନ୍ତି ଯେ, ‘ବୋଧହୁଏ ମୋର ବଲିଉଡ୍ ଡେବ୍ୟୁ କରିବାର ସମୟ ଆସିଲା କି? ଶାହାରୁଖଙ୍କ ଘରେ ତାଙ୍କ ସହ ଅନେକ ସମୟ କଥା ହେଲି । ଉଭୟ ବଲିଉଡ ଓ ହଲିଉଡ ବାବଦରେ ଶାହାରୁଖଙ୍କ ସହ ଆଲୋଚନା କଲି । ଏହାର ସାଂସ୍କୃତିକ ପ୍ରଭାବ ସାରା ଦୁନିଆରେ ଦେଖିବାକୁ ମିଳୁଛି’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/05/sssssssss.jpg)