କନକ ବ୍ୟୁରୋ : ହମାସ- ଇସ୍ରାଏଲ ଯୁଦ୍ଧର ପ୍ରଭାବ ଏବେ ଅନ୍ୟ ଦେଶରେ । ସିରିଆ ଉପରେ ଏୟାର ଷ୍ଟ୍ରାଇକ କଲା ଆମେରିକା । ଗୋଟିଏ ପଟେ ଉତର ଗାଜାରେ ଇସ୍ରାଏଲ ସେନା ପ୍ରବେଶ କରିଥିବା ବେଳେ ଅନ୍ୟପଟେ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ଉତର ଇରାନରେ ଥିବା ଆମେରିକାର ସେନା ଶିବିର ଉପରେ ଆକ୍ରମଣ ପରେ ଆମେରିକା ପ୍ରତିଆକ୍ରମଣ କରିଛି ।
ପୂର୍ବ ସିରିଆରେ ଥିବା ଇରାନର ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପର କେତକ ଆଡ୍ଡା ଉପରେ ଆକାଶ ମାର୍ଗରୁ ମିଶାଇଲ ମାଡ କରିଛି ଆମେରିକା ସେନା । ଉତର ଇରାନରେ ଥିବା ଆମେରିକାର ସେନା ଶିବିର ଉପରେ ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପ ପକ୍ଷରୁ ପ୍ରଥମେ ଆକ୍ରମଣ କରାଯାଇଥିଲା । ପରେ ଆମେରିକା ଏହାର ଜବାବ ଦେବାକୁ ଯାଇ ଆକ୍ରମଣ କରିଛି ।
ସେପଟେ ଇରାନ ସେନା ସମରାଭ୍ୟାସ ଆରମ୍ଭ କରିଛି । ହମାସକୁ ଇରାନ ସମର୍ଥନ କରୁଥିବାରୁ ଆଗକୁ ଯୁଦ୍ଧ ଭୟଙ୍କର ରୂପ ନେବ ବୋଲି ଆଶା କରାଯାଉଛି । ତେବେ ଇସ୍ରାଏଲର ଆକ୍ରମଣରେ ୭ ହଜାର ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଥିବା ନେଇ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।