କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ସିରିଆ ଉପରେ ଏୟାରଷ୍ଟ୍ରାଇକ କରିଛି ଆମେରିକା । ଗତ ସପ୍ତାହରେ ସିରିଆରେ ଥିବା ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା । ଉଭୟ ଡ୍ରୋନ ଓ ମିସାଇଲ ଜରିଆରେ ଏହି ଆକ୍ରମଣ ହୋଇଥିଲା । ଯାହାର ଜବାବ ଏବେ ଦେଇଛି ଆମେରିକା । ଆତ୍ମରକ୍ଷା ପାଇଁ ଏହି ଏୟାରଷ୍ଟ୍ରାଇକ କରାଯାଇଥିବା କହିଛି ଆମେରିକା । ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛି ଆମେରିକା । ସେହିଭଳି ସେନାର ସୁରକ୍ଷା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସଙ୍କୋଚ କରିବନି ଆମେରିକା ।
ଆମେରିକା ଏୟାରଷ୍ଟ୍ରାଇକ କରିଥିବା ଅଞ୍ଚଳରେ ଇରାନ ସମର୍ଥିତ ଆତଙ୍କବାଦୀ ଆଡ୍ଡା କରିଥିଲେ । ଯାହାକୁ ଏୟାରଷ୍ଟ୍ରାଇକ ଜରିଆରେ ଧ୍ୱଂସ କରିଛି ଆମେରିକା । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଇରାନ ହମାସ ଆତଙ୍କବାଦୀ ସଙ୍ଗଠନକୁ ସମର୍ଥନ କରି ଆସୁଛି । ତେଣୁ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ଏୟାରଷ୍ଟ୍ରାଇକର ପ୍ରଭାବ ଇସ୍ରାଏଲ-ହମାସ ଯୁଦ୍ଧକୁ ଭିନ୍ନ ମୋଡକୁ ନେଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/13airstrike-jump-1-alt-videoSixteenByNineJumbo1600-v2.jpg)