ଭୁଲ୍ ନା ଦାୟିତ୍ୱହୀନତା ? ମଣିଷ ହୃତପିଣ୍ଡ ଛାଡିଯାଇଥିଲା ବିମାନ,ପୁଣି ନେବାକୁ ଫେରିଲା ୯୫୦ କି.ମି. ।

ଭୁଲ୍ ନା ଦାୟିତ୍ୱହୀନତା ? ମଣିଷ ହୃତପିଣ୍ଡ ଛାଡିଯାଇଥିଲା ବିମାନ,ପୁଣି ନେବାକୁ ଫେରିଲା ୯୫୦ କି.ମି. ।

ବିମାନରେ ମଣିଷ ହୃତପିଣ୍ଡ ଛାଡ଼ି ରହିଯାଇଥିବା ଜଣାପଡ଼ିବା ପରେ ସିଟଲ୍ରୁ ଡାଲାସ୍ ଅଭିମୁଖେ ଯାତ୍ର କରୁଥିବା ସାଉଥୱେଷ୍ଟ ଏୟାରଲାଇନସର ଏକ ବିମାନ ଅଧବାଟରୁ ଫେରିଯାଇଥିଲା ବୋଲି ଗୁରୁବାର ଦିନ ଅଧିକାରୀମାନେ କହିଛନ୍ତି। କାଲିଫର୍ଣ୍ଣିଆରୁ ଆସିଥିବା ଉକ୍ତ ‘ଲାଇଫ୍ କ୍ରିଟିକାଲ୍ କାର୍ଗୋ ସିପମେଣ୍ଟ୍’କୁ ସିଟଲ୍ ହସପିଟାଲରେ ଡେଲିଭରି କରାଯିବାର ଥିଲା। ତାହା ଦିଆ ଯାଇ ନାହିଁ ବୋଲି କର୍ମଚାରୀମାନେ ବେଳକୁ ବିମାନଟି ପୂର୍ବ ଇଦାହୋ ଉପରେ ଉଡୁଥିଲା। ଅର୍ଥାତ୍ ଉଡ଼ାଣ ଆରମ୍ଭ ସ୍ଥଳରୁ ୯୫୦ କିଲୋମିଟର ଦୂରରେ ପହଞ୍ଚି ସାରିଥିଲା। ଏୟାରଲାଇନର ମୁଖପାତ୍ର ଡାନ୍ ଲାଣ୍ଡସନ୍ କହନ୍ତି: ଆମେ ଭୁଲ୍ ହୋଇଥିବା କଥା ଜାଣିବା ପରେ ତୁରନ୍ତ ସିଟଲ୍ ଫେରିଯିବାକୁ ବାହାରିଲୁ। କେଉଁ କମ୍ପାନି ଅଙ୍ଗଟି ପଠାଇ ଥିଲା ତାହାର ନାମ କି, ସେ ଘଟନା ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ଏୟାରଲାଇନ୍ ଦେଇ ନାହିଁ।

publive-image

କିନ୍ତୁ ସିଟଲ୍ ଟାଇମସ୍ ଖବରକାଗଜ ରିପୋର୍ଟ ଅନୁସାରେ, ବିମାନର କ୍ୟାପଟେନ୍ ଆତଙ୍କିତ ଯାତ୍ରୀମାନଙ୍କୁ କହିଥିଲେ କି, ଭୁଲକ୍ରମେ ବିମାନରେ ରହିଯାଇଥିବା ଜିନିଷଟି ହେଉଛି ମଣିଷର ହୃଦ୍ପିଣ୍ଡ। ଭୁଲ୍ ଯୋଗୁଁ ହୃତପିଣ୍ଡଟି ଠିକଣା ସ୍ଥାନରେ ପହଞ୍ଚିବାରେ ଆକଶପଥ ହିସାବରେ ୩ ଘଣ୍ଟା ବିଳମ୍ବ ହୋଇଗଲା। ବିଶେଷଜ୍ଞମାନେ କହନ୍ତି: ପ୍ରତିରୋପଣ ନିମନ୍ତେ ମାନବ ହୃତପିଣ୍ଡଟିକୁ ୪ ରୁ ୬ ଘଣ୍ଟା ସଂରକ୍ଷଣ କରିହୁଏ। ଏହା ଚରମ ଅବହେଲାଜନିତ ତ୍ରୁଟି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe