କନକ ବ୍ୟୁରୋ : କାଙ୍ଗାଳ ପାକିସ୍ତାନକୁ ପୁଣି ସାହାଯ୍ୟ କରିଛି ଚୀନ । ପାକିସ୍ତାନକୁ ୭୦କୋଟି ଡଲାର ଋଣ ପ୍ରଦାନ କରିଛି । ଚୀନ ଡେଭଲପମେଂଟ ବ୍ୟାଙ୍କ ପାକିସ୍ତାନକୁ ଏହି ଋଣ ରାଶି ପ୍ରଦାନ କରିଥିବା ସୂଚନା ରହିଛି । ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଡାର ଟୁଇଟ କରି ସୂଚନା ଦେବା ସହ ଏହି ଋଣ ପାକିସ୍ତାନ ପାଇଁ ଲାଇଫଲାଇନ ବୋଲି କହିଛନ୍ତି । ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହା ଦ୍ୱାରା କିଛି ଦିନ ପାଇଁ ଆଶ୍ୱସ୍ତି ମିଳିପାରେ । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା । ଚୀନ ଜାଣିଶୁଣି ଭାରତର ପଡୋଶୀ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କାକୁ ଋଣ ଦେଇ ଏକ ଷଡଯନ୍ତ୍ର ରଚୁଛି ।

Advertisment

ଏହା ଦ୍ୱାରା ଭାରତ ବିରୋଧରେ ଏମାନଙ୍କୁ ଛିଡା କରିବା ଉଦ୍ଦେଶ୍ୟ ହୋଇପାରେ କିମ୍ବା ଦୁଇ ଦେଶ ଉପରେ ନିଜର ଦବଦବା ଜାହିର କରିବାକୁ ଯୋଜନା କରୁଥାଇପାରେ । ଋଣ ବୋଝରେ ବୁଡି ରହିଥିବା ପାକିସ୍ତାନକୁ ସବୁଠୁ ଅଧିକ ଋଣ ଦେଇଛି ଚୀନ । ତଥ୍ୟ ଅନୁସାରେ ମୋଟ ଋଣର ୪୦ ପ୍ରତିଶତ ଚୀନଠୁ କେବଳ ନେଇଛି ପାକିସ୍ତାନ । ବେଶ କିଛି ଦିନ ହେବ ପାକିସ୍ତାନର ଅର୍ଥବ୍ୟବସ୍ଥା ବୁଡିବା ସହ ଦେଶରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି । ଦୁଇ ଓଳା ପାଇଁ ଖ।ଦ୍ୟ ବି ଏଠାରେ କାଠିକାର ପାଠ ହେଲାଣି । ଦେଶର ମୁଦ୍ରା ଭଣ୍ଡାର ଶେଷ ହେବାକୁ ବସିଲାଣି । ସେପଟେ କଡ଼ା ସର୍ତ ସହ ଋଣ ଦେବାକୁ ପ୍ରସ୍ତୁତ ଥିବା ଆଇଏମଏଫକୁ ନେଇ ଚିନ୍ତାରେ ପଡିଛନ୍ତି ସେହେବାଜ ସରକାର ।