ହସ୍ପିଟାଲ ବେଡରେ ଋଷଭ, ଭାଇରାଲ ହେଲା ଉର୍ବଶୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । କିଛି ଏମିତି ଲେଖିଛନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ।

2,132

କନକ ବ୍ୟୁରୋ : ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ସମୟରେ କ୍ରିକେଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଋଷଭଙ୍କ ଗାଡି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ ଅଳ୍ପକେ ରକ୍ଷା ପାଇ ଯାଇଛି ଋଷଭଙ୍କ ଜୀବନ । ଡିଭାଇଡରରେ ପିଟି ହେବା ପରେ ପନ୍ତଙ୍କ ଗାଡି ଜଳିଯାଇଥିଲା । ପିଠି, ଦେହ, ଆଙ୍ଗୁଠି ଓ ମୁଣ୍ଡରେ ଲାଗିଛି ଆଘାତ । ଋଷଭଙ୍କ ମୁଣ୍ଡରେ ଦୁଇଟି କ୍ଷତ ହୋଇଛି । ତାଙ୍କ ଜୀବନ ପ୍ରତି ବିପଦ ନଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ଏଭଳି ପରିସ୍ଥିତିରେ ସେ କ୍ରିକେଟ୍ ଠାରୁ ବହୁତ ସମୟ ଦୂରରେ ରହିପାରନ୍ତି । ଏସବୁ ଭିତରେ ଋଷଭ ଖୁବଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ଦେଶ ବିଦେଶରୁ ଅନେକ ବ୍ୟକ୍ତି ପ୍ରାର୍ଥନା କରିଛନ୍ତି । ଏପରିକି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ଫୋନ ଯୋଗେ ଋଷଭଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

 

View this post on Instagram

 

A post shared by Urvashi Rautela (@urvashirautela)

ଋଷଭ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିବା ବେଳେ ବଲିଉଡ ଅଭିନେତ୍ରୀ ଉର୍ବଶୀଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଉର୍ବଶୀ ନିଜର ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ ପ୍ରାର୍ଥନା କରୁଛି ବୋଲି ଲେଖିଛନ୍ତି ଏବଂ ଏକ ଧଳା ହାର୍ଟ ଇମୋଜୀ ଦେଇଛନ୍ତି । ତେବେ ଉର୍ବଶୀ ଏହି ପୋଷ୍ଟରେ ଋଷଭଙ୍କ ନାଁ ଉଲ୍ଲେଖ କରିନଥିବା ବେଳେ ଅନେକ ୟୁଜର୍ସ ଏହି ପୋଷ୍ଟ ଋଷଭଙ୍କ ପାଇଁ ବୋଲି କହିଛନ୍ତି । ଏପରିକି ଋଷଭଙ୍କ ଦୁର୍ଘଟଣା ଖବର ଆସିବାର କିଛି ସମୟ ପରେ ହିଁ ଉର୍ବଶୀଙ୍କର ଏହି ପୋଷ୍ଟ ସାମ୍ନାକୁ ଆସିଥିଲା । ଯେଉଁ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ଅନେକ ୟୁଜର୍ସ ଉର୍ବଶୀଙ୍କ ପୋଷ୍ଟରେ ଋଷଭଙ୍କ ଆରୋଗ୍ୟ କାମନା କରିଛନ୍ତି । ସେହିଭଳି କିଛି ୟୁଜର୍ସଙ୍କ ଏଭଳି ପୋଷ୍ଟ ପାଇଁ ଉର୍ବଶୀଙ୍କ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନାହାନ୍ତି ।