କରୋନା ରୋଗୀଙ୍କୁ ସହାୟତା ଦେବାକୁ ପୁଣି ଆଗକୁ ଆସିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦାନକଲେ ୨ କୋଟି ୩୫ ଲକ୍ଷ ଟଙ୍କାର ଅକ୍ସିଜେନ କନସେଂଟ୍ରେଟର

224

କନକ ବ୍ୟୁରୋ : ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଫାଉଣ୍ଡେସନ ମାଧ୍ୟମରେ ଉତ୍ତରାଖଣ୍ଡ ରାଜ୍ୟର କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କନସେଂଟ୍ରେଟର ଦାନ କରିଛନ୍ତି । କହିରଖୁ କି ଉର୍ବଶୀ ଉତ୍ତରାଖଣ୍ଡରେ ହରିଦ୍ୱାରରେ ରହୁଛନ୍ତି । ଏହା ପୂର୍ବରୁ ବି ସେ ଉତ୍ତରାଖଣ୍ଡ ସରକାରଙ୍କୁ ୨୭ ଟି ଅକ୍ସିଜେନ କନସେଂଟ୍ରେଟର ଦାନ କରିଥିଲେ । କୁହାଯାଏ କି ଉର୍ବଶୀ ତାଙ୍କ ଅଭିନୟ ଓ ସୋସିଆଲ ମିଡିଆ ପୋଷ୍ଟିଂକୁ ନେଇ ଯେତେ ଜଣାଶୁଣା ନୁହନ୍ତି ତା ଠାରୁ ସମାଜ ସେବା କ୍ଷେତ୍ରରେ ତାଙ୍କ ହୃଦୟ ବହୁତ ବଡ । ଏହି କଥାକୁ ସେ ପୁଣିଥରେ ପ୍ରମାଣିତ କରିଛନ୍ତି ।

କେବଳ ସେତିକି ନୁହେଁ ଲକଡାଉନ୍ ସମୟରେ ସେ ପ୍ରବାସୀ ଶ୍ରମିକ ମାନଙ୍କୁ ଖାଦ୍ୟ ଯୋଗାଇ ବେସ୍ ଚର୍ଚ୍ଚାକୁ ଆସିଥିଲେ । ବର୍ତମାନ ପର୍ଯ୍ୟନ୍ତ ସେ କରୋନା ରୋଗୀଙ୍କ ପାଇଁ ମୋଟ ୪୭ ଟି ଅକ୍ସିଜେନ କନସେଂଟ୍ରେଟର ଦାନ କରିଛନ୍ତି । ଯାହାର ମୂଲ୍ୟ ୨ କୋଟି ୩୫ ଲକ୍ଷ ଟଙ୍କା ବୋଲି କୁହାଯାଇଛି । ଏହାସହ ତାଉତେ ତୁଫାନ ବେଳେ ସେ ମୁମ୍ବାଇରେ ଗରୀବ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ବାଣ୍ଟୁଥିବାର ଦେଖିବାକୁ ମଳିଥିଲା । ଅନ୍ୟପଟେ ତାଙ୍କର ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟ ବର୍ଷାଚେ ବିବି ଆଲବମ୍ ରୁ ହୋଇଥିବା ରୋଜଗାରକୁ ଇଣ୍ଡିଆ କୋଭିଡ୍ ରିଲିଫ୍ ଫଣ୍ଡ ଓ ପାଲେଷ୍ଟାଇନ୍ ସୋସାଇଟିକୁ ଦାନ କରିଥିଲେ ।

ଉର୍ବଶୀଙ୍କ ଆଗାମୀ ପ୍ରୋଜେକ୍ଟ ବାବଦରେ କହିବାକୁ ଗଲେ ସେ ଦି ବ୍ଲାକ ରୋଜ, ଥ୍ରୀତୁତ୍ ପାୟାଲେ-୨ ଓ ୱେବ୍ ସିରିଜ ଇନସ୍ପେକ୍ଟର ଅଭିନାଶ ରେ ସାମିଲ ଅଛନ୍ତି । ଏହାପୂର୍ବରୁ ତାଙ୍କର ଚଳଚିତ୍ର ‘ଭର୍ଜିନ ଭାନୁପ୍ରିୟା’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । କହିରଖୁ କି ସୋସିଆଲ ମିଡିଆରେ ଉର୍ବଶୀ ବେସ୍ ଆକ୍ଟିଭ୍ । ତାଙ୍କର ୩୬ ମିଲିୟନ ଫଲୋଅର୍ସ ରହିଛନ୍ତି ।

Comments are closed.