ଆଜିଠୁ ବଢିଲା କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ

Advertisment
ଆସନ୍ତାକାଲିଠାରୁ କୋଣାର୍କରେ ଲାଗୁହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ

କୋଣାର୍କ ମନ୍ଦିରରେ ବର୍ଦ୍ଧିତ ପ୍ରବେଶ ଶୁଳ୍କର ପ୍ରତିବାଦ କଲା କୋଣାର୍କ ସୁରକ୍ଷା ସମିିତି । ଏଏସ୍ଆଇ ପକ୍ଷରୁ ଆଜି କୋଣାର୍କ ମନ୍ଦିରରେ ଲାଗୁ ହୋଇଥିଲା ବର୍ଦ୍ଧିତ ପ୍ରବେଶ ଶୁଳ୍କ । ନୂଆ ଶୁଳ୍କ ଅନୁସାରେ ଭାରତୀୟଙ୍କୁ ୧୦ ଟଙ୍କା ବଦଳରେ ଏଣିକି ଦେବାକୁ ହେବ ୩୦ ଟଙ୍କା । ସେହିପରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୨୫୦ରୁ ୫୦୦କୁ ବଢ଼ିଲା ପ୍ରବେଶ ଶୁଳ୍କ । କେନ୍ଦ୍ର ସରକାର, ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣର ୧୧୬ଟି ପର୍ଯ୍ୟଟନସ୍ଥଳର ପ୍ରବେଶ ଶୁଳ୍କ କୁ  ବୃଦ୍ଧି କରିଛନ୍ତି । ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୩ ଗୁଣ ଓ ବିଦେଶୀ ପର୍ଯ୍ୟଟକ ଶହେ ପ୍ରତିଶତ ପ୍ରବେଶ ଶୁଳ୍କ ବୃଦ୍ଧି କରାଯାଇଛି । ତେବେ ସାର୍କ ରାଷ୍ଟ୍ର ସମୂହଙ୍କ ପାଇଁ ଭାରତୀୟ ପର୍ଯଟକଙ୍କ ଭଳି ୩ ଗୁଣା ଅଧିକ ପ୍ରବେଶ ଶୁଳ୍କ ଦେବାକୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe