ପାଞ୍ଚମାସ ଭିତରେ କଂଗ୍ରେସର ହାତ ଛାଡିଲେ ଉର୍ମିଳା ମାତୋଣ୍ଡକର୍ ! ଲୋକସଭା ପୂର୍ବରୁ ଦଳରେ ଦେଇଥିଲେ ଯୋଗ । 

266

ସିନେମାରୁ ରାଜନୀତିକୁ ଆସିଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର୍ ଏବଂ ମହାରାଷ୍ଟ୍ରର ପୂର୍ବ ମନ୍ତ୍ରୀ କୃପାଶଙ୍କର ସିଂହ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଘୋଷଣା କରିଛନ୍ତି । ୬ ମାସ ପୂର୍ବେ କଂଗ୍ରେସରେ ସାମିଲ୍ ହୋଇଥିବା ଉର୍ମିଳା ଦଳର ତୁଚ୍ଛ ରାଜନୀତିରେ ଅତିଷ୍ଠ ହୋଇ କଂଗ୍ରେସ ଛାଡିଥିବା କଥା ଗଣମାଧ୍ୟମକୁ ଜଣାଇଛନ୍ତି ।

ବର୍ତ୍ତମାନ ଦଳରୁ  ଉର୍ମିଳା ବାହାରିବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଆଲୋଚନା ହେବା ଆରମ୍ଭ ହୋଇଯାଇଛି । ପାର୍ଟି କେବଳ ନୂତନ ଭାବେ ଆସିଥିବା ନେତାଙ୍କୁ ଟିକଟ୍ ଦେଉଥିବା କଥା କୁହାଯାଉଛି । ତେବେ ଆପଣଙ୍କୁ କହିରଖୁଛୁ ଉର୍ମିଳା ମାତୋଣ୍ଡକର୍ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ । ତାଙ୍କୁ ଦଳ ମୁମ୍ବାଇର ଉତ୍ତର ସିଟ୍ ରୁ ପ୍ରାର୍ଥୀ ଭାବେ ଚୟନ କରିଥିଲା ।