ସିନେମାରୁ ରାଜନୀତିକୁ ଆସିଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର୍ ଏବଂ ମହାରାଷ୍ଟ୍ରର ପୂର୍ବ ମନ୍ତ୍ରୀ କୃପାଶଙ୍କର ସିଂହ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଘୋଷଣା କରିଛନ୍ତି । ୬ ମାସ ପୂର୍ବେ କଂଗ୍ରେସରେ ସାମିଲ୍ ହୋଇଥିବା ଉର୍ମିଳା ଦଳର ତୁଚ୍ଛ ରାଜନୀତିରେ ଅତିଷ୍ଠ ହୋଇ କଂଗ୍ରେସ ଛାଡିଥିବା କଥା ଗଣମାଧ୍ୟମକୁ ଜଣାଇଛନ୍ତି ।
ବର୍ତ୍ତମାନ ଦଳରୁ ଉର୍ମିଳା ବାହାରିବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଆଲୋଚନା ହେବା ଆରମ୍ଭ ହୋଇଯାଇଛି । ପାର୍ଟି କେବଳ ନୂତନ ଭାବେ ଆସିଥିବା ନେତାଙ୍କୁ ଟିକଟ୍ ଦେଉଥିବା କଥା କୁହାଯାଉଛି । ତେବେ ଆପଣଙ୍କୁ କହିରଖୁଛୁ ଉର୍ମିଳା ମାତୋଣ୍ଡକର୍ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ । ତାଙ୍କୁ ଦଳ ମୁମ୍ବାଇର ଉତ୍ତର ସିଟ୍ ରୁ ପ୍ରାର୍ଥୀ ଭାବେ ଚୟନ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/ak_um_2904.jpg)
/kanak/media/post_attachments/wp-content/uploads/2019/09/urmila-300x169.jpeg)