କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରାର ଶେଷ ପର୍ଯ୍ୟାୟ ଏବେ କାଶ୍ମୀରରେ ଚାଲିଛି । ଏହି ଯାତ୍ରା ଆରମ୍ଭ ହେବା ଦିନରୁ ଅନେକ ଅଭିନେତା ଓ ଅଭିନେତ୍ରୀ ରାହୁଲଙ୍କ ସହ ଦେଖିବାକୁ ମିଳୁଛନ୍ତି । ଏହି କ୍ରମରେ ଏବେ କାଶ୍ମୀରରେ ଚାଲିଥିବା ଭାରତ ଯୋଡ ଯାତ୍ରାର ଶେଷ ପର୍ଯ୍ୟାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ।

Advertisment

କଡା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ଟା ବେଳେ ଉର୍ମିଳା ସେନା କ୍ୟାମ୍ପ ନିକଟରୁ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଥିଲେ । ଏହି କ୍ରମରେ କଂଗ୍ରେସ ନେତା ଓ କର୍ମୀମାନେ ଉର୍ମିଳାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । କାଶ୍ମୀରର ପାରମ୍ପାରିକ ପୋଷାକ ପିନ୍ଧି ଉର୍ମିଳା ରାହୁଲଙ୍କ ସାଥିରେ ଚାଲିବା ଆରମ୍ଭ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଏବେ ସୋସିଆଲ ମିଡିଆରେ ରାହୁଲ ଓ ଉର୍ମିଳାଙ୍କ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସେପଟେ ଉର୍ମିଳା ଗଣମାଧ୍ୟମକୁ କହିଛନ୍ତି କି ଭାରତ ଯୋଡ ଯାତ୍ରାରେ ରାଜନୀତି ଠାରୁ ସାମାଜିକ ମହତ୍ୱ ଅଧ୍ଚଳ ରହିଛି । ଯାତ୍ରାରେ ସାମିଲ ହେବା ପୂର୍ବରୁ ସୋସିଆଲ ମିଡିଆରେ ଉର୍ମିଳା ଏକ ଭିଡିଓ ସେୟାର କରିଥିôଲେ । ସେ କହିଥିଲେ କି ତାଙ୍କ ପାଇଁ ଏହି ଯାତ୍ରା ରାଜନୀତି ଠାରୁ ଅଧିକ ସାମାଜିକ ମହତ୍ୱ ବହନ କରେ । ସାମାଜିକ ପରିବର୍ତନ ପାଇଁ ଚାଲିଥିବା ଏହି ଯାତ୍ରାରେ ସେ ସାମିଲ ହୋଇ ନିଜକୁ ସୌଭାଗ୍ୟ ମନେ କରୁଥିବା କଥା ସେ କହିଛନ୍ତି ।

ସୂଚନା ଥାଉକି ମନୋରଞ୍ଜନ ଦୁନିଆର ଅନେକ ପ୍ରତିଭା ଭାରତ ଯୋଡ ଯାତ୍ରାରେ ସାମିଲ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରେ ପୂଜା ଭଟ୍ଟ, ଅମୋଲ ପାଲେକର, ରିୟା ସେନ, ସୁଶାନ୍ତ ସିଂ, ସ୍ୱରା ଭାସ୍କର, ରଶ୍ମୀ ଦେଶାଇ, ଅକାଂକ୍ଷା ପୁରୀ ଓ କାମ୍ୟା ପଞ୍ଜାବୀ ଭଳି କଳାକାର ସାମିଲ ହୋଇଥିଲେ ।