ପର୍ଣ୍ଣ ଷ୍ଟାରଙ୍କ ଉଦାହରଣ ଦେଇ ପୁଣି ଉର୍ମିଳାଙ୍କୁ ଟାର୍ଗେଟ । ଟ୍ୱିଟ କରି ସନ୍ନି ଲିଓନିଙ୍କ କଥା ଲେଖିଲେ କଙ୍ଗନା : କହିଲେ ମିଛ ନାରୀବାଦୀଙ୍କୁ ବାଧୁଛି ସତ ସମ୍ବୋଧନ

562

କନକ ବ୍ୟୁରୋ : ବଲିଉଡକୁ ଡ୍ରଗ୍ସର ନର୍ଦ୍ଦମା କହି ବଡ ବିବାଦ ଆରମ୍ଭ କରିଥିବା କଙ୍ଗନା ରଣାୱତ ପୁଣିଥରେ ଉର୍ମିଲାଙ୍କୁ ଟାର୍ଗେଟ କରିଛନ୍ତି । ବିବାଦୀୟ ବୟାନ ପାଇଁ ବିରୋଧର ସମ୍ମୁଖୀନ ହେବା ପରେ ଚୁପ ବସିନାହାନ୍ତି କଙ୍ଗନା । ସନ୍ନି ଲିଓନିଙ୍କ ନାଁର ସାହାର ନେଇ ଗୋଟେ ପରେ ଗୋଟେ ଟୁଇଟ କରୁଛନ୍ତି କଙ୍ଗନା । ନୂଆ ଟୁଇଟରେ କଙ୍ଗନା ଲେଖିଛନ୍ତି ‘ଲିବରାଲ ବ୍ରିଗେଡ ଦିନେ ଜଣେ ଜଣାଶୁଣା ଲେଖକଙ୍କର ଭର୍ଚୁଆଲ ଲିଚିଂ କରି ତାଙ୍କୁ ଚୁପ କରିଥିଲେ । ଯିଏ କହିଥିଲେ ସନ୍ନି ଲିଓନି ଆମର ରୋଲ ମଡେଲ ହେବା ଉଚିତ ନୁହେଁ । ସନ୍ନିଙ୍କୁ ଇଣ୍ଡଷ୍ଟ୍ରି ଓ ଦେଶ ଜଣେ କଳାକାରଭାବେ ଗ୍ରହଣ କରିଛି ।

ହଠାତ ଫର୍ଜି ଫେମିନିଷ୍ଟଙ୍କୁ ପର୍ଣ୍ଣ ଷ୍ଟାର ସମ୍ବୋଧନ ଅପମାନ ଲାଗୁଛି’ । ଯଦି ସନ୍ନିଙ୍କୁ ଦେଶ ଓ ଇଣ୍ଡଷ୍ଟ୍ରୀ ଜଣେ କଳାକାରଭାବେ ଗ୍ରହଣ କରିସାରିଛି ତେବେ ଏଭଳି ଶଦ୍ଧକୁ ନେଇ ଏତେମାତ୍ରାରେ ବିରୋଧ କାହିଁକି କରାଯାଉଛି । ଅନ୍ୟଏକ ଟୁଇଟରେ ଊର୍ମିଳାଙ୍କ ସମର୍ଥକଙ୍କୁ ମଧ୍ୟ କଡ଼ା ଜବାବ ଦେଇ କଙ୍ଗନା ଲେଖିଛନ୍ତି ଫର୍ଜି ଫେମିନିଜମ ବା ନାରୀବାଦ କେଉଁଠି ଥିଲା, ଯେବେ ଊର୍ମିଳା ତାଙ୍କୁ ଗାଉଁଳି ଝିଅ ଓ ଚରିତ୍ରହୀନ ବୋଲି କହିଥିଲେ । ତେବେ କଙ୍ଗନାଙ୍କ ଟୁଇଟର ଜବାବ ରଖିଛନ୍ତି ସନ୍ନି ଲିଓନି । ମଜାଳିଆ ଅନ୍ଦାଜରେ ସନ୍ନି ଲେଖିଛନ୍ତି- କିଛି ଲୋକ ଆପଣଙ୍କ ବିଷୟରେ କମ ଜାଣନ୍ତି କିନ୍ତୁ ବହୁତ କିଛି ବଡ ବଡ କଥା କୁହନ୍ତି ।

ବଲିଉଡର ଡ୍ରଗ୍ସ ଲିଙ୍କ ଅଭିଯୋଗ ପରେ ରାଜ୍ୟସଭାରେ ଜୟା ବଚ୍ଚନ ବଲିଉଡକୁ ସମର୍ଥନ ଜଣାଇଥିଲେ । ଜୟାଙ୍କ ବୟାନ ଉପରେ ଆପତି ପ୍ରକାଶ କରି ଟୁଇଟ କରିଥିଲେ କଙ୍ଗନା । ଅନ୍ୟପଟେ ଜୟାଙ୍କୁ ସମର୍ଥନ ଜଣାଇ କଙ୍ଗନାଙ୍କୁ ଟାର୍ଗେଟ କରିଥିଲେ ଊର୍ମିଳା ମାତୋଣ୍ଡର । ଉମିଳାଙ୍କୁ ପାଲଟା ଜବାବ ଦେଇ ଟୁଇଟ କରିଥିଲେ କଙ୍ଗନା । ଉର୍ମିଳାଙ୍କ ପାଇଁ ଅପଶଦ୍ଧ ବ୍ୟବହାର କରିବା ସହ ତାଙ୍କୁ ସପ୍ଟ ପର୍ଣ୍ଣ ଷ୍ଟାର ବୋଲି କହିବାକୁ ପଛାଇ ନଥିଲେ ।

ଗୋଟିଏ ସମୟରେ ବଲିଉଡରେ ଉର୍ମିଲାଙ୍କୁ ନେଇ ଏକାଧିକ ଫିଲ୍ମ କରିଥିଲେ ରାମ ଗୋପାଳ ବର୍ମା । ତେଣୁ ଉର୍ମିଲାଙ୍କୁ କଙ୍ଗନାଙ୍କ କଟାକ୍ଷ ପରେ ଏହି ଲଢେଇକୁ ଡେଇଁ ପଡିଛନ୍ତି ଆରଜିଭି । ଟ୍ୱିଟ କରି ଉର୍ମିଲାଙ୍କ ଅଭିନୟ ଟ୍ୟାଲେଂଟକୁ ପ୍ରଶଂସା କରିଛନ୍ତି ରାମ ଗୋପାଳ ।

Comments are closed.