କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପୁଣି ଭାରତୀୟ ଯବାନଙ୍କୁ ବଡ ସଫଳତା ମିଳିଛି । ଓରି ନିକଟ ରାମପୁର ସେକ୍ଟର ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୩ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ଏଥିରେ ୩ ଜଣ ଯାକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କ ଠାରୁ ୫ ଟି ଏକେ-୪୭ ରାଇଫଲ, ୮ ଟି ପିସ୍ତଲ ଓ ୭୦ ଟି ହାତବୋମା ଉଦ୍ଧାର କରାଯାଇଛି ।
ଲେଫ୍ଟନାଣ୍ଟ ଜେନରାଲ ଡିପି ପାଣ୍ଡ୍ୟା କହିଛନ୍ତି କି ତଡକେ ହାଥଲଙ୍ଗା ଜଙ୍ଗଲ ନିକଟରେ କିଛି ଆତଙ୍କବାଦୀ ଭାରତ ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ । ଏହି ଉଦ୍ୟମକୁ ଯଥାଶୀଘ୍ର ସମ୍ଭବ ବିଫଳ କରାଯାଇଛି । ଏଥିରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଅପରେଶନ ଜାରି ରଖାଯାଇଛି ।
କହିରଖୁ କି ସୀମାରେଖା ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେପ୍ଟେମ୍ବର ୧୮ ତାରିଖ ରାତିରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ଏହି କ୍ରମରେ ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା ।
J&K: Indian Army eliminated 3 terrorists in Rampur sector near Uri on LoC. They had recently crossed over from Pakistan-occupied Kashmir into Indian side. 5 AK-47s, 8 pistols & 70 hand grenades recovered from terrorists killed in the operation. pic.twitter.com/PwQIYLjaT1
— ANI (@ANI) September 23, 2021
ଅନ୍ୟପଟେ ବୁଧବାର ଦିନ ସୀମାରେଖା ଠାରେ ଉଭୟ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଥିଲା । ଏହାପରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବାକୁ ଏକ ବଡ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା ।