କନକ ବ୍ୟୁରୋ: ସବୁବେଳେ ନିଜର ଭି୍ନ୍ନ ଭିନ୍ନ ଧରଣର ପୋଷାକକୁ ତଥା ବୋଲ୍ଡ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ଥିବା ଉର୍ଫି ଜାଭେଦଙ୍କ ଏବେ ଆଇନର ଜାଲରେ ଫସିଛନ୍ତି । ଟିଭି ଅଭିନେତ୍ରୀ ତଥା ସୋସିଆଲ୍ ମିଡିଆ ସେନସସନ ଉର୍ଫିଙ୍କ ଉପରେ ବିଜେପି ନାରୀ ନେତ୍ରୀ ଚିତ୍ରା କିଶୋର ୱାଘ ସର୍ବସାଧାରଣରେ ଅଶ୍ଳୀଳତାକୁ ଅଗ୍ରାଧୀକାର ସହ ମୁମ୍ବାଇ ବାତାବରଣକୁ ଖରାପ କରୁଥିବାର ଆରୋପ ଆଣିଛନ୍ତି । ଏନେଇ ସେ ମୁମ୍ବାଇ ପୋଲିସ୍ ନିକଟରେ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ । ଯାହାପରେ ମୁମ୍ବାଇ ପୋଲିସ୍ ମଧ୍ୟ ଉର୍ଫିଙ୍କୁ ପଚରାଉଚରା ପାଇଁ ଓମ୍ବଲି ପୋଲିସ୍ ଷ୍ଟେସନକୁ ଡାକିଥିଲା ।

Advertisment

ପଚରାଉଚରା ବେଳେ ଉର୍ଫି କହିଥିଲେ ମୁଁ ଜଣେ ସ୍ୱତନ୍ତ୍ର ମଣିଷ ଏବଂ ମତେ ଭିନ୍ନ ଭିନ୍ନ ଧରଣର ପୋଷାକ ପିନ୍ଧିବାକୁ ପସନ୍ଦ ଲାଗେ । ସମ୍ଭିଧାନରେ ଏହା ଅପରାଧ ନୁହେଁ । କିନ୍ତୁ ଫଟୋଗ୍ରାଫର ମାନେ ତାଙ୍କର ଫଟୋ ଉଠାଇ ଏହାକୁ ଭାଇରାଲ କରିଥାନ୍ତି ବୋଲି ସେ ଜବାବ ରଖିଥିଲେ । ଅନ୍ୟପଟେ ଆଜି ବିଜେପି ନେତ୍ରୀଙ୍କୁ ଜବାବ ଦେଇଛନ୍ତି ଉର୍ଫି । ସୋସିଆଲ ମିଡିଆ ଯୋଗେ ଟୁଇଟ୍ କରି ପ୍ରାଚୀନ ହିନ୍ଦୁ ସଂସ୍କୃତି ବିଷୟରେ ପ୍ରଥମେ ଜାଣିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଗତକାଲି ମହାରାଷ୍ଟ୍ର ମହିଳା ଆୟୋଗର ଚେୟାରପର୍ସନଙ୍କୁ ଭେଟିଛନ୍ତି ଉର୍ଫି । ଧମକ ମିଳୁଥିବା ଓ କ୍ଷତି ପହଞ୍ଚାଇବାକୁ ଚେଷ୍ଟା ହୋଇଥିବା ଅଭିଯୋଗ ଆଣି ବିଜେପି ନେତ୍ରୀ ଚିତ୍ରା ୱାଘଙ୍କ ନାଁ ରେ କାଉଣ୍ଟର କମ୍ପେ୍ଲନ୍ କରିଛନ୍ତି ଉର୍ଫି ।