କନକ ବ୍ୟୁରୋ: ସହରୀ ଗରିବ ବସ୍ତି ବାସ୍ତିନ୍ଦାଙ୍କୁ ମିଳିବ ଘର । ଆଜି ସୁଲଭ ବାସଗୃହ ପ୍ରକଳ୍ପ ଯୋଜନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ସହରରେ ରହୁଥିବା ଗରିବ ଏଣିକି ମୁଣ୍ଡ ଉପରେ ଛାତ ପାଇବେ । ରାଜ୍ୟ ସରକାର ସମସ୍ତଙ୍କ ରହିବା ପାଇଁ ସ୍ଥାନ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଖାସ୍ କରି ସହରରେ ରହୁଥିବା ଗରିବ ବା ଆର୍ଥିକ ଅନଗ୍ରସରଙ୍କ ରହିବା ବ୍ୟବସ୍ଥା ପାଇଁ ସରକାର ଗୃହ ଯୋଜନା ଆଣିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ଏହି ଯୋଜନାରେ ନୂଆ ଘର ନିର୍ମାଣ କରିବା ସହ ପୁରୁଣା ଘରଗୁଡ଼ିକୁ ଠିକ୍ କରିବାରେ ସହାୟତା କରୁଛନ୍ତି । ରାଜଧାନୀର ତିନୋଟି ଭିନ୍ନ ଭିନ୍ନ ଅଂଚଳରେ ଆପାର୍ଟମେଣ୍ଟ ତିଆରି ହୋଇଛି । ଗୋଟିଏ ଚନ୍ଦ୍ରଶେଖରପୁର ଅନ୍ୟ ଦୁଇଟି ସତ୍ୟନଗରରେ । ଦେଢ ଲକ୍ଷ ଟଂକା ଦେଲେ ଏହି ଆପାର୍ଟମେଣ୍ଟ ମିଳୁଛି ବୋଲି ହିତାଧିକାରୀ କହିଛନ୍ତି ।
ଚନ୍ଦ୍ରଶେଖରପୁରରେ ୨୦.୨୧ ଏକର ଜମିରେ ତିଆରି ହୋଇଛି ଆପାର୍ଟମେଣ୍ଟ
ତଳ ମହଲା ସହିତ ଉପରେ ଆଉ ୪ ମହଲା ଘର ରହିଛି
ମୋଟ୍ ୧୧.୯୫ ଏକର ଜମିରେ ଛିଡା ହୋଇଛି ଏହି ଘର
ହିତାଧିକରୀ ପାଇବେ ୱାନ୍ ବିଏଚକେ ଆପାର୍ଟମେଂଟ୍
ଗୋଟିଏ ଘର ଭିତରେ ହଲ୍, ବେଡରୁମ୍, କିଚେନ୍, ଗାଧୋଇବା ଘର ବ୍ୟବସ୍ଥା
ପାଣି ବ୍ୟବସ୍ଥା, ସ୍ୱରେଜ, ଷ୍ଟ୍ରିଟ୍ ଲାଇଟ୍, ଦୋକାନ ଘର ରହିବ
କ୍ୟାମ୍ପସରେ ପାର୍କ, କମ୍ୟୁନିଟି ସେଂଟର, ମାର୍କେଟ କଂପ୍ଲେକ୍ସର ବ୍ୟବସ୍ଥା
ପାଠାଗାର, ପାଠ ପଢିବା ଘର ଆଦି ବ୍ୟବସ୍ଥା ରହିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/27-12.jpg)