ସହରାଞ୍ଚଳ ଚାଷୀଙ୍କୁ ମିଳୁନି ‘କାଳିଆ’ ଟଙ୍କା । ପୁରୀ ଜିଲ୍ଲା ନିମାପଡାରେ ଚାଷୀ ଅସନ୍ତୋଷ । 

123

କନକ ବ୍ୟୁରୋ: ସରକାର କୃଷକ କଲ୍ୟାଣ ପାଇଁ ‘କାଳିଆ’ ଯୋଜନାର ତୃତୀୟ କିସ୍ତି ଟଙ୍କା ଚାଷୀଙ୍କୁ ଆକାଉଂଟକୁ ପଠାଇବା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଗ୍ରାମାଂଚଳର ଚାଷୀମାନେ ସନ୍ତୋଷ ପ୍ରକାଶ କରିଥିବା ବେଳେ ଏଥିରୁ ବାଦ ପଡ଼ିଛନ୍ତି ସହାରାଂଚଳର ଚାଷୀ । ଯାହାକୁ ନେଇ ନ ଅସନ୍ତୋଷ ଦେଖାଦେଇଛି । ପୁରୀ ଜିଲ୍ଲା ନିମାପଡ଼ା ପୈାରାଂଚଳରୁ ଆସିଛି ଏଭଳି ଚିତ୍ର  ।

ଚାଷୀଙ୍କୁ କୃଷି କ୍ଷେତ୍ରରେ ସହାୟତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଉଛନ୍ତି ।  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଓ  ରାଜ୍ୟ ସରକାର ‘କାଳିଆ’ ଯୋଜନା ମାଧ୍ୟମରେ ଚାଷୀଙ୍କୁ  ସହାୟତା ପ୍ରଦାନ କରୁଛନ୍ତି । କାଳିଆ ଯୋଜନାରେ ତୃତୀୟ କିସ୍ତି ଟଙ୍କା ମଧ୍ୟ  ଚାଷୀଙ୍କ ଆକାଉଂଟକୁ ଶୁକ୍ରବାରଠାରୁ ପଠାଇବା ଆରମ୍ଭ ହୋଇଛି । ହେଲେ  ଗ୍ରାମାଂଚଳର ଚାଷୀମାନେ ଏହାର ଲାଭ ପାଉଥିବା ବେଳେ ସହରାଂଚଳର ଚାଷୀ ଏଥିରୁ ବାଦ ପଡ଼ୁଛନ୍ତି । ଯାହାକୁ ନେଇ  ଅସନ୍ତୋଷ ଦେଖାଦେଉଛି ।

କ’ଣ ପାଇଁ ସହାରାଚଂଳର ଚାଷୀମାନେ ଏହି ଦୁଇ ଯୋଜନାରୁ ବାଦ ପଡ଼ୁଛନ୍ତି ? ତାହାର ଉତ୍ତର କୃଷିବିଭାଗ ପାଖରେ ନାହିଁ  । ସହରାଚଂଳ ଚାଷୀମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ସେଭଳି କିଛି ନିର୍ଦ୍ଦେଶାନାମା ଆସିନାହିଁ ବୋଲି କହିଛି କୃଷି ବିଭାଗ । ସହାରାଂଚଳରେ ବାସକରୁଥିବା ଭୂମିହୀନ ଚାଷୀ, କୃଷି ଶ୍ରମିକ,ଭାଗଚାଷୀ ହଜାର ହଜାର ଟଙ୍କା ବିନିଯୋଗ କରି ଚାଷ କାର୍ଯ୍ୟ କରୁଛନ୍ତି । ପ୍ରତିକୂଳ ପରିସ୍ଥିତିର ସମ୍ମୁଖିନ ହୋଇ ମଧ୍ୟ ଚାଷକୁ ପେଷାକରି ପରିବାର ପୋଷଣ କରୁଛନ୍ତି । ଏଭଳି ସ୍ଥିତିରେ ସହରାଂଚଳ ଚାଷୀଙ୍କୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି ।