ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସହରାଂଚଳରେ ଘର ପାଇଲେ ବସ୍ତିବାସିନ୍ଦା

Advertisment
ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସହରାଂଚଳରେ ଘର ପାଇଲେ ବସ୍ତିବାସିନ୍ଦା

କନକ ବ୍ୟୁରୋ : ମୁଣ୍ଡ ଉପରେ ଛାତଟିଏ ପାଇଁ ବର୍ଷ ବର୍ଷ ଧରି ହନ୍ତସନ୍ତ ହୋଇ ଆସୁଛନ୍ତି ଭୁବନେଶ୍ୱରର ବସ୍ତିବାସିନ୍ଦା । ରାଜଧାନୀରେ ସମ୍ମାନର ସହ ବଂଚିବା ପାଇଁ ସ୍ୱପ୍ନ ଦେଖି ଆସୁଛନ୍ତି । ଆଉ ଏହି ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ସହରାଂଚଳ ଆବାସ ଯୋଜନା ଅନ୍ତର୍ଭୁକ୍ତ ସୁଲଭ ବାସଗୃହ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିପି ମୋଡରେ ଭୁବନେଶ୍ୱରରେ ୬ଟି ପ୍ରକଳ୍ପ ହାତକୁ ନେଇଛି ବିଡିଏ ।
ପ୍ରଥମ ପର୍ଯ୍ୟାୟରେ ୧୭୨୨ ଲୋକଙ୍କୁ ମିଳିବ ଘର
ସତ୍ୟନଗର, ଚନ୍ଦ୍ରଶେଖରପୁର, ସୁବୁଦ୍ଧିପୁରରେ ବସ୍ତିବାସିନ୍ଦାଙ୍କ ପାଇଁ ଆପାର୍ଟମେଣ୍ଟ
ଦିଆଯାଉଛି ୩୨୦ ବର୍ଗଫୁଟର ଫ୍ଲାଟ୍
ହିତାଧିକାରୀଙ୍କୁ ଦେବାକୁ ପଡୁଛି ଦେଢ଼ ଲକ୍ଷ ଟଙ୍କା
ଆପାର୍ଟମେଣ୍ଟରେ ରହିଛି ବଜାର, କମ୍ୟୁନିଟି ସେଂଟର, ପାର୍କ ସୁବିଧା
ପାଣି, ସ୍ୱେରେଜ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ମଧ୍ୟ ରହିଛି
ବାଇଟ୍ : ବଲୱନ୍ତ ସିଂହ, ଉପାଧ୍ୟକ୍ଷ, ବିଡିଏ

ସହରାଂଚଳ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । କେନ୍ଦ୍ର ଯୋଜନାକୁ ନିଜ ନାଁରେ ପ୍ରଚାର କରି ବସ୍ତି ଭୋଟକୁ ହାତେଇବ ପାଇଁ ଯୋଜନା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ବିଜେପି ସଭାପତି ବାବୁ ସିଂ ।

ସହରରେ ରହୁଥିବା ଗରିବ ବା ଆର୍ଥିକ ଅନଗ୍ରସରଙ୍କ ରହିବା ବ୍ୟବସ୍ଥା ପାଇଁ ଏହି ଯୋଜନା କରାଯାଇଛି । ଏହି ଯୋଜନାରେ ୭୦୮୦ ଗୃହ ନିର୍ମାଣ ହେବାକୁ ଥିବା ବେଳେ ୧୭୨୨ ଘର ତିଆରି ଶେଷ ହୋଇଯାଇଛି । ପରବର୍ତି ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଘର ଦିଆଯିବ । ବସ୍ତି ଉଚ୍ଛେଦ ବେଳେ ଯେଉଁମାନେ ପ୍ରଭାବିତ ହୋଇଥିଲେ, ସେମାନଙ୍କୁ ଚିହ୍ନଟ କରି ପର୍ଯ୍ୟାୟ କ୍ରମେ ଘର ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe