କନକ ବ୍ୟୁରୋ: ପୋଲିସ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ଉଦୟ କ୍ରିଷ୍ଣ ରେଡ୍ଡି ଥରେ ସମସ୍ତ ସହକର୍ମୀଙ୍କ ଆଗରେ ଅଧିକାରୀଙ୍କ ଦ୍ୱାରା ଅପମାନିତ ହେବା ପରେ ଚାକିରି ଛାଡିଥିଲେ । ଏବେ ୟୁପିଏସସି ପରୀକ୍ଷାରେ ସଫଳ ହୋଇ ହେବେ ଅଫିସର । ଏହା ଯେ କେବଳ ତାଙ୍କ କ୍ୟାରୀଅରର ବଡ ସଫଳତା ତାହା ନୁହେଁ ବରଂ ନିଜ ଅପମାନର ସଠିକ୍ ଜବାବ । ଉଦୟ କ୍ରିଷ୍ଣ ରେଡ୍ଡି ପୋଲିସ ବିଭାଗର ଅଧିକାରୀଙ୍କ ଠାରୁ ଅପମାନ ପାଇବା ପରେ ଚାକିିରି ଛାଡିଲେ । ସେବେଠୁ ୟୁପିଏସସି କ୍ଲିଅର କରି ବଡ ଅଫିସର ହେବେ ବୋଲି ପ୍ରତିଜ୍ଞା କଲେ । ୬ ବର୍ଷର କଠିନ ପରିଶ୍ରମ ପରେ ତାଙ୍କୁ ମିଳିଛି ସଫଳତା ।
୨୦୧୩ରେ ଉଦୟ କ୍ରିଷ୍ଣା ଆନ୍ଧ୍ର ପୋଲିସରେ କନଷ୍ଟେବଳ ଭାବେ ଯୋଗ ଦେଇଥିଲେ । ୨୦୨୮ରେ ସର୍କଲ ଇନ୍ସପେକ୍ଟର ପାଖାପାଖି ୬୦ ଜଣ ପୋଲିସ କର୍ମୀଙ୍କ ସାମ୍ନାରେ ତାଙ୍କୁ ଅପମାନିତ କରିଥିଲେ । ଏହା ତାଙ୍କୁ ଆଗକୁ ବଢିବାକୁ ଏବଂ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ପାଇଁ ଦୃଢତା ଦେଇଥିଲା । ୨୦୨୪ରେ ପ୍ରକାଶିତ ୟୁପିଏସସି ପରୀକ୍ଷାରେ ସେ ୭୮୦ ରାଙ୍କ ରଖି ଉତ୍ତିର୍ଣ୍ଣ ହୋଇଛନ୍ତି ।
ପିଲାବେଳୁ ବାପା, ମା’ଙ୍କୁ ହରାଇଥିବା ଉଦୟ ଜେଜେମା’ଙ୍କ ପାଖରେ ବଢିଛନ୍ତି । ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲା ସିଙ୍ଗରାୟୋକୋଣ୍ଡା ଗାଁରେ ଜନ୍ମିତ ଉଦୟ ନିଜ ସଫଳତାର ଶ୍ରେୟ ନିଜ ଜେଜେମା ଏବଂ ଅଧିକାରୀଙ୍କ ଅପମାନକୁ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/uday.jpg)