କନକ ବ୍ୟୁରୋ : ବଢ଼ୁଛି ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଅଡୁଆ । ଏବେ ୟୁପିଏସସି ପକ୍ଷରୁ ପୂଜାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । କେବଳ ସେତିକି ନୁହେଁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ନକଲି ପ୍ରମାଣପତ୍ର ଆଧାରରେ ପୂଜା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେବା ଘଟଣା ପୂରା ଦେଶରେ ଚାଂଚଲ୍ୟ ଖେଳାଇଛି । ତେବେ ଦୋଷୀ ପ୍ରମାଣିତ ହେଲେ ପୂଜାଙ୍କ ପାଇଁ ବଡ ସମସ୍ୟା ଉପୁଜିପାରେ । ଏପରିକି ଆଗାମୀ ଦିନରେ କୌଣସି ପ୍ରଶାସନିକ ସେବା ପରୀକ୍ଷା ଦେବାରୁ ବଂଚିତ ମଧ୍ୟ ହୋଇପାରନ୍ତି ଓ ତାଙ୍କ ଚାକିରି ମଧ୍ୟ ଯାଇପାରେ । ଟ୍ରେନି ଆଇଏଏସ ଅଧିକାରୀଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି । ନକଲି ଓବିସି ଦିବ୍ୟାଙ୍ଗ ସାଟିଫିକେଟ ଦେଇ ପୂଜା ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ । ଏପରିକି ଜଣେ ଟ୍ରେନି ଅଧିକାରୀ ହୋଇ ଆଶ୍ଚର୍ୟ୍ୟଜନକ ଭାବେ ଗୁଡାଏ ଦାବି କରିଥିଲେ । ତେବେ ତାଙ୍କ ନାଁରେ ଅଭିଯୋଗର ଲମ୍ବା ତାଲିକା ଆସିବା ପରେ ଖୋଲତାଡ ଆରମ୍ଭ ହୋଇଥିଲା । ତାଙ୍କ ବନ୍ଧୁକ ମୁନରେ ଚାଷୀଙ୍କ ଧମକ ଦେଉଥିବା ଭିଡିଓ ଭାଇରାଲ ପରେ ମା’ଙ୍କ ନାଁରେ ମଧ୍ୟ ଏଫଆଇଆର ରୁଜୁ ହୋଇଛି ା ପୂଜା ବାପା ମଧ୍ୟ ଜଣେ ପ୍ରଶାସନିକ ସେବା ଅଧିକାରୀ ଥିଲେ ।