କନକ ବ୍ୟୁରୋ: ପ୍ରତି ସଫଳତା ପଛରେ ଥାଏ ସଂଘର୍ଷର କାହାଣୀ । ସେହି ସଂଘର୍ଷର ସୋପାନ ଅତିକ୍ରମ କରି, ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତାର ସହ ୪୨ ରାଙ୍କ୍ ହାସଲ କରିଛନ୍ତି ପ୍ରଣିତା ଦାସ । ପ୍ରଣିତାଙ୍କର ଏହା ଥିଲା, ତୃତୀୟ ପ୍ରୟାସ । ପ୍ରଣିତା ଏବେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଏମଫିଲ୍ କରୁଛନ୍ତି । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରି ପର୍ଯ୍ୟାୟକ୍ରମେ ଆଗକୁ ବଢ଼ିିଥିଲେ । ପାଠପଢ଼ାରେ ସୋସିଆଲ ମିଡ଼ିଆ କେବେ ବାଧକ ହୋଇନି ବରଂ ତାକୁ ସେ ସକରାତ୍ମ ଢ଼ଙ୍ଗରେ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି ପ୍ରଣିତା ଦାସ ।

Advertisment

ଭୁବନେଶ୍ୱରର କସ୍ତୁରୀ ପଣ୍ଡାଙ୍କ ପ୍ରସ୍ତୁତି ଥିଲା ନିଆରା । ଯେ ଜାଣିଥିଲେ, ତାଙ୍କୁ କେଉଁ ଲକ୍ଷ୍ୟରେ ପହଞ୍ଚିବାର ଅଛି । ଏଥିପାଇଁ ତାଙ୍କୁ କ’ଣ କରିବାକୁ ପଡ଼ିବ । ଅନେକ ସମୟରେ ଅନେକ ଲୋକ ପରାମର୍ଶ ଦେବେ କିନ୍ତୁ ତାହା ଆପଣ ଗ୍ରହଣ କରିବେ ନା ନାହିଁ, ସେ ନିଷ୍ପତି ନିଜକୁ ନେବାକୁ ପଡ଼ିପଡ଼ିବ ବୋଲି କହିଛନ୍ତି କସ୍ତୁରୀ ପଣ୍ଡା । ଏହା କସ୍ତୁରୀଙ୍କର ଥିଲା ଦ୍ୱିତୀୟ ପ୍ରୟାସ । ପ୍ରଥମ ଥର ପ୍ରୟାସରେ ସେ ସାକ୍ଷାତକାର ଯାଏ ପହଞ୍ଚିଥିଲେ । ହେଲେ ମାତ୍ର ୧୨ ମାର୍କ ଯୋଗୁଁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇପାରିନଥିଲେ ।

ୟୁପିଏସସି ୨୦୨୨ ସିିଭିଲ ସର୍ଭିସ ପରୀକ୍ଷାରେ ଚଳିତବର୍ଷ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରୁ ୨୬ ଜଣ ଓଡ଼ିଶାରୁ ଅଛନ୍ତି । ଏହି ୨୬ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ଅଛନ୍ତି । ତେବେ ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି- ଗ୍ରେଟର ନୋଏଡ଼ାର ଇଶିତା କିଶୋର । ଇଶିତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିଥିବା ବେଳେ ତୃତୀୟ ପ୍ରୟାସରେ ଅଲଇଣ୍ଡିଆ ଟପ୍ପର ହୋଇଛନ୍ତି ।

ଏସବୁ ଭିତରେ ଭଦ୍ରକର ସତ୍ୟନାରାୟଣ ଖୁଣ୍ଟିଆଙ୍କ ଝିଅ, ସୁଶ୍ରୀ ଶୋଭାଙ୍ଗୀ ଖୁଣ୍ଟିଆଙ୍କ ସଫଳତା ସମଗ୍ର ଜିଲ୍ଲାକୁ ଉତ୍ସାହିତ କରିଦେଇଛି । ବାପା ଭଦ୍ରକ ସହରରେ ଏକ ସାଇବର କାଫେ କରିଛନ୍ତି । ସୁଶ୍ରୀ ୨୪୮ ର୍ୟାଙ୍କ୍ ପାଇ ସଫଳ ହୋଇଛନ୍ତି । ତେବେ ପୁଣି ଥରେ ପରୀକ୍ଷା ଭଲ ରାଙ୍କ୍ ସଫଳ ହେବେ ବୋଲି କହିଛନ୍ତି ସୁଶ୍ରୀ ।