ଅଳିଆ ଆବର୍ଜନା ଶୂନ୍ୟ ଏକ ଦେଶର ନାଁ ଏଭଳି ଏକ କଠିନ ପ୍ରଶ୍ନ ପଚାରି ପ୍ରବୀଣଙ୍କୁ ଅଡୁଆରେ ପକାଇଥିଲେ ସାକ୍ଷାତକର୍ତ୍ତା !

54

ୟୁପିଏସସି-୨୦୧୭ ରେଜଲ୍ଟ ଶୁକ୍ରବାର ଦିନ ପ୍ରଘଟ ହେବା ପରେ ବିଜୟୀ ପ୍ରତିଯୋଗୀଙ୍କ ଘରେ ଖୁସିର ମାହୋଲ ଦେଖାଦେଇଛି । ଏହି ସମୟରେ ବାରାଣାସିରେ ରହୁଥିବା ଦୁଇ ଭାଇ-ଭଉଣୀ ପ୍ରବୀଣ ସିଂହ ଏବଂ ପ୍ରିୟଙ୍କା ସିଂହ ମଧ୍ୟ ବିଜୟ ପ୍ରତିଯୋଗୀଙ୍କ ତାଲିକାରେ ରହିଛନ୍ତି । ଭାଇ ୧୫୨ ଏବଂ ଭଉଣୀ ୩୦୯ ର୍ୟାଙ୍କରେ ରହିଛନ୍ତି । ରେଲୱେରୁ ଅବସରପ୍ରାପ୍ତ ପିତା ପ୍ରଭୁ ନାରାୟଣ ସିଂହ ଦୁଇ ସନ୍ତାନଙ୍କ ସଫଳତାରେ ଖୁବ୍ ଖୁସି ଅଛନ୍ତି । ପ୍ରବୀଣ ଏକ ଗଣମାଧ୍ୟମ ସାକ୍ଷାତକାରରେ ନିଜ ଅଭିଜ୍ଞତାକୁ ବଖାଣିଥିଲେ ଏବଂ ଇଣ୍ଟରଭ୍ୟୁରେ ପଚରାଯାଇଥିବା ପ୍ରଶ୍ନକୁ ମଧ୍ୟ କହିଥିଲେ । • ଏଭଳି କରିଥିଲେ ପ୍ରସ୍ତୁତି ।

ପ୍ରବୀଣଙ୍କ କହିବାନୁସାରେ ପ୍ରାରମ୍ଭିକ ଏବଂ ମେନ୍ ପରୀକ୍ଷା ପାଇଁ ସେ ଅଲଗା ପ୍ରସ୍ତୁତି ନକରି ଏକ ସମୟରେ ହିଁ ପ୍ରସ୍ତୁତି କରିଥିଲେ ।

ଭଲ ଲେଖକ/ଲେଖିକାଙ୍କ ବହିକୁ ୩ ଥର ପଢୁଥିଲେ । ଅଲଗା ଅଲଗା ଲେଖକଙ୍କ ସେମ୍ ବହି ପଢିବାରୁ ଦୁରେଇ ରହୁଥିଲେ ।

ମେନ୍ ପରୀକ୍ଷା ପାଇଁ ପ୍ରତିଦିନ ୩ ଘଣ୍ଟା ଲେଖିବା ଅଭ୍ୟାସ କରିବା ସହ ଏବଂ ୨୦ ଟି ପ୍ରଶ୍ନର ଉତ୍ତର ଦେବାପାଇଁ ୯ ମିନିଟ୍ ସମୟକୁ ସବୁବେଳେ ଗୁରୁତ୍ୱ ଦେଉଥିଲେ ।

ସାକ୍ଷାତକାର ପାଇଁ ଜାତୀୟ,ଅନ୍ତର୍ଜାତୀୟ ନ୍ୟୁଜ୍ ପଢୁଥିଲେ ଏବଂ ଦେଖୁଥିଲେ ।

ଏହାସହ ସହରର ପ୍ରତ୍ୟେକଟି ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ରଖୁଥିଲେ । ସହରରେ କ’ଣ ଏବଂ କିଭଳି ଭାବେ ସବୁ ଚାଲିଛି ସେ ବିଷୟରେ ସାଧାରଣ ଜ୍ଞାନର ଖବର ସେ ରଖୁଥିଲେ । ନିମ୍ନରେ ସାକ୍ଷାତକାରରେ ପ୍ରବୀଣକୁ ପଚରାଯାଇଥିବା କିଛି ପ୍ରଶ୍ନ ରହିଛି ଆପଣ ମଧ୍ୟ ଏହା ଉପରେ ଥରେ ନଜର ବୁଲାଇ ଆଣନ୍ତୁ ।

ପ୍ରଶ୍ନ : ଗଙ୍ଗାନଦୀକୁ ବିଶୁଦ୍ଧ କରିବା ନେଇ କ’ଣ ଉପାୟ ରହିଛି?

ଉତ୍ତର : ବାରାଣାସିରେ ସିବେଜ୍ ଟ୍ରିଟମେଣ୍ଟ ପ୍ଲାନ(ଏସଟିପି)ର କାପାସିଟି ବହୁତ କମ୍ । ଏସଟିପି ପ୍ରସ୍ତୁତ କରିବା ପୂର୍ବରୁ ଏହାକୁ ୨୫ ବର୍ଷ ଆଗକୁ ହିସାବରେ ରଖି ପ୍ରସ୍ତୁତ କରିବା ଆବଶ୍ୟକ ।

ପ୍ରଶ୍ନ : ଭାରତକୁ ବୁଲେଟ୍ ଟ୍ରେନ୍ ଆସିବା ଦରକାର କି ନାହିଁ? ଯଦି ଆସେ ଯାତାୟାତ ପାଇଁ ମୂଲ୍ୟ କ’ଣ ରହିବ?

ଉତ୍ତର : ଆସିବା ଦରକାର । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯାତାୟାତ ପାଇଁ ଟିକେଟ୍ ମୂଲ୍ୟ ୩୦୦୦ ଟଙ୍କା ରହିବ ।

ପ୍ରଶ୍ନ : ଏହି ଟ୍ରେନ୍ ତ କେବଳ ଧନୀଶ୍ରେଣୀର ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ ଏଥିରେ ଜଣେ ସାଧାରଣ ବର୍ଗର ଲୋକ କିଭଳି ବସିବ?

ଉତ୍ତର : ପୂର୍ବରୁ ସାଧାରଣ ବର୍ଗର ଲୋକ ଏସି ବଗିରେ ଯାତାୟତ କରିପାରୁନଥିଲେ କିନ୍ତୁ ଏବେ ଉଡାଜାହାଜ ଚଢୁଛନ୍ତି, ଠିକ୍ ସେମିତି ବୁଲେଟ୍ ଟ୍ରେନ୍ ଆସିବାର ୫ ବର୍ଷ ପରେ ସାଧାରଣ ବ୍ୟକ୍ତି ମଧ୍ୟ ଏଥିରେ ଯାତାୟାତ କରିବା ଆରମ୍ଭ କରିଦେବେ ।

ପ୍ରଶ୍ନ : ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଖେଳ ହେବା ଉଚିତ୍ କି ନୁହେଁ?

ଉତ୍ତର : ନା, ଯେଉଁମାନେ ଭାରତର ସୁରକ୍ଷା ପାଇଁ ନିଜେ ସହିଦ୍ ହୋଇଛନ୍ତି ପ୍ରଥମେ ସେମାନଙ୍କ ପରିବାରକୁ ପଚାରିବା ଉଚିତ୍ ଯେ ପାକିସ୍ଥାନ ନାଁଟି ସେମାନଙ୍କ କାନରେ ପଡିଲେ ତାଙ୍କୁ କେମିତି ଲାଗେ ।

ପ୍ରଶ୍ନ : ବାରାଣାସି ସହର ଆପଣଙ୍କ ଉପରେ କିଛି ପ୍ରଭାବ ପକାଇଛି କି?

ଉତ୍ତର : ସର୍ବ ଧର୍ମ ସମଭାବ । ଏଠାରେ ଗଙ୍ଗା-ଯମୁନା ଏକତ୍ର ବୋହିଥାଏ । ସବୁ ଧର୍ମ ଏଠାରେ ମିଳିମିଶି ଚଳିଥାନ୍ତି ଏବଂ ମୁଁ ମଧ୍ୟ ଏହି ନୀତିକୁ ଫଲୋ କରୁଛି ।

ପ୍ରଶ୍ନ : ଏଭଳି କେଉଁ ଦେଶ ଅଛି ଯେଉଁଠାରୁ ଅଳିଆ ଆବର୍ଜନା ଶୂନ୍ୟ ହୋଇ ସାରିଛି?

ଉତ୍ତର : ମୁଁ ଜାଣିନି । ଏହାର ଜବାବରେ ପ୍ୟାନେଲ୍ ମୁତାବକ ସ୍ୱିଡେନ୍ । ଏହି ଦେଶ ଅନ୍ୟ ଦେଶମାନଙ୍କଠାରୁ ଅଳିଆ ଆବର୍ଜନା କିଣିଥାଏ ଏବଂ ବିଜୁଳୀ ଉତ୍ପାଦନ କରିଥାଏ ।

ପ୍ରଶ୍ନ : ସ୍ୱିଡେନ୍, ଡେନମାର୍କ ଏବଂ ନାୱେ ଭଳି ଦେଶରେ କ’ଣ ପ୍ରସିଦ୍ଧ ରହିଛି?

ଉତ୍ତର : ଆନନ୍ଦୋଲ୍ଲାସ ଦୁନିଆର ଟପ୍ ୫ଟି ଦେଶରେ ଏହି ଦେଶ  ଆନନ୍ଦୋଲ୍ଲାସକୁ ନେଇ ଖୁବ୍ ଚର୍ଚ୍ଚିତ ।

ପ୍ରଶ୍ନ : ଜିଏମ୍ କ୍ରପ୍ ଭାରତକୁ ଆସିବା ଦରକାର କି ନାହିଁ?

ଉତ୍ତର : ହଁ ଦରକାର । ମାଇକ୍ରୋ ଅର୍ଗାନିଜମ  ଦ୍ୱାରା ଯେ କୌଣସି ବ୍ୟାକ୍ଟେରିଆର ଡିଏନଏକୁ ପ୍ଲାଣ୍ଟରେ ମିଶାଯାଇଥାଏ । ଯେଭଳି ସୋରିଷର ଜିଏମ୍ କ୍ରପ୍ ରୁପେ ପ୍ରଜାପତି ଏବଂ ମହୁମାଛିର ପ୍ରୟୋଗ କରାଯାଏ । ଏଥିରେ ବୃକ୍ଷର ପ୍ରତିରୋଧକ କ୍ଷମତା ବଢିଯାଇଥାଏ ।