କନକ ବ୍ୟୁରୋ : ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳାଫଳ । ଶୁଭମ କୁମାର ଆଇଏଏସ ଟପ୍ପର ହୋଇଥିବା ବେଳେ ଜାଗୃତି ଅୱସ୍ତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଙ୍କିତା ଜୈନ ତୃତୀୟ ସ୍ଥାନରେ ରହିଛନ୍ତି । ଶୁଭମ ଆଇଆଇଟି ବମ୍ବେରୁ ସିଭିଲି ଇଞ୍ଜିନିୟରିଂରେ ପାଠ୍ୟକ୍ରମ ଶେଷ କରିଥିବା ବେଳେ ଜାଗୃତି ଭୋପାଳ ଏମଏଏନଆଇଟିରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ପାଠପଢା ଶେଷ କରିଛନ୍ତି ।
UPSC declares the final result of Civil Services Examination, 2020. A total of 761 candidates have been recommended for appointment. pic.twitter.com/mSdYt4hWiU
— ANI (@ANI) September 24, 2021
ଚଳିତ ଥର ମୋଟ ୭୬୧ ଜଣ ଛାତ୍ରଛାତ୍ରୀ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍-୨୫ ମଧ୍ୟରେ ୧୩ ଜଣ ଛାତ୍ର ଓ ୧୨ ଛାତ୍ରୀ ରହିଛନ୍ତି । ମୋଟ ୧୮୦ ଜଣ ଆଇଏଏସ ପାଇଁ କୃତକାର୍ଯ୍ୟ ହୋଇଥିବା ବେଳେ ୨୦୦ ଜଣ ଛାତ୍ରଛାତ୍ରୀ ଆଇପିଏସ ପାଇଁ କୃତକାର୍ଯ୍ୟ ହୋଇଛନ୍ତି ।