ସିଆଇଏସଏଫ୍ ପାଇଁ ବାହାରି ଯାଇଛି ବିଜ୍ଞପ୍ତି ! ଏଭଳି ଉପାୟରେ କରନ୍ତୁ ଆବେଦନ । 

742

କେନ୍ଦ୍ରୀୟ ସୁରକ୍ଷା ବଳ (ସିଆଇଏସଏଫ୍) ରେ ଆସିଷ୍ଟାଣ୍ଟ୍ କମାଣ୍ଡେଟ୍ ପାଇଁ ୩୯୮ ପଦରେ ବାହାରିଯାଇଛି ବିଜ୍ଞପ୍ତି । ଏଥିପାଇଁ ୟୁପିଏସସି ତରଫରୁ ଅଭ୍ୟାସକାରୀ ତଥା ପ୍ରାର୍ଥୀଙ୍କୁ ବିବରଣୀ ମଧ୍ୟ ଦିଆଯାଇଛି । ଏଥିପାଇଁ କମିଶନ୍ ମାର୍ଚ୍ଚ ୩ , ୨୦୧୯ ତାରିଖକୁ ଲିମିଟେଡ୍ ଡିପାର୍ଟମେଣ୍ଟଲ୍ କମ୍ପିଟେଟିବ୍ ଏଗଜାମିନେସନ୍ (ଏଲଡିସି) କରିବାକୁ ଯାଉଛି । ଇଚ୍ଛୁକ ପ୍ରାର୍ଥୀ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ upsc.gov.inରେ ଯାଇ ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଭରି ଆବେଦନ କରିପାରିବେ ।

ପରୀକ୍ଷା ସମ୍ବନ୍ଧିତ ବିବରଣୀ : 

୧ . ଆବେଦନ ଫର୍ମ ଆବେଦନ କରିବା ଅନ୍ତିମ ତାରିଖ : ୩୧ ଡିସେମ୍ବର , ୨୦୧୮  ।

୨ . ଆବେଦନ ଫର୍ମର ଅନଲାଇନ୍ କପି ଜରୁରୀ କାଗଜପତ୍ର ସହ ପୋଷ୍ଟ କରିବାର ଅନ୍ତିମ ତାରିଖ : ୮ ଜାନୁଆରୀ , ୨୦୧୯  ।

୩ . ଏହି ପରୀକ୍ଷା ମାର୍ଚ୍ଚ ୩ ତାରିଖରେ ହେବ ।

ଏଭଳି କରନ୍ତୁ ଆବେଦନ : 

୧ . ସର୍ବପ୍ରଥମେ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ଯାଆନ୍ତୁ ।

୨ . ହୋମପେଜରେ ‘Application for CISFLDCE, 2019’ ରେ କ୍ଲିକ୍ କରନ୍ତୁ ।

୩ . ନିଜର ରେଜିଷ୍ଟ୍ରେସନ୍ ଆକାଉଣ୍ଟ୍ ପ୍ରସ୍ତୁତ କରି ରେଜିଷ୍ଟ୍ରେସନ୍ କରନ୍ତୁ ।

୪ . ଏହାପରେ ଆପ୍ଲିକେସନ୍ ଫର୍ମ ଭରନ୍ତୁ ।

୫ . ଫର୍ମ ଆବେଦନ ପରେ ଏହାର ପ୍ରିଣ୍ଟ ବାହାର କରନ୍ତୁ ଏବଂ ଏହାକୁ ଏହି ଠିକଣାରେ ପଠାଇ ଦିଅନ୍ତୁ । Director General, Central Industrial Security Force, 13, CGO Complex, Lodi Road,New Delhi- 110003