ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ : ପ୍ରଦୀପ ସିଂହ ଆଇଏଏସ ଟପ୍ପର, ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ; ଦଶମ ସ୍ଥାନରେ ସଞ୍ଜିତା ମହାପାତ୍ର

1,081

କନକ ବ୍ୟୁରୋ : ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ । ପ୍ରଦୀପ ସିଂହ ୨୦୧୯ର ଆଇଏଏସ୍ ଟପର ହୋଇଛନ୍ତି । ଯତୀନ କିଶୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଇଏଏସ୍ ତାଲିକାର ଟପ ଟେନରେ ଦୁଇ ଓଡିଆ ରହିଛନ୍ତି । ଓଡିଶାର ଅଭିଷେକ୍ ସରାଫ ଅଷ୍ଟମ ସ୍ଥାନରେ ଥିବାବେଳେ ସଞ୍ଜିତା ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି । ସଞ୍ଜିତା ପୂର୍ବରୁ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଥିଲେ । ଏହି ପରୀକ୍ଷା ମୋଟ ୮୨୯ ଜଣ ସଫଳ ହୋଇଥିବା ସୂଚନା ମିଳିଛି । ୧୨୫ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ ।

upsc.gov.in ‌ୱେବ୍‌ସାଇଟ୍‌ରେ ପରୀକ୍ଷାର୍ଥୀମାନେ ନିଜ ନିଜର ଫଳାଫଳ ଦେଖିପାରୁଛନ୍ତି । ୨୦୧୯ ମସିହା ସେପ୍ଟେମ୍ବର ମାସରେ ପ୍ରିଲିମିନାରି ପରୀକ୍ଷା ହୋଇଥିବା ବେଳେ ୨୦୨୦ ‌ମସିହା ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ଏହାର ଇଣ୍ଟରଭିୟୁ ହୋଇଥିଲା ।