କନକ ବ୍ୟୁରୋ : ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ । ପ୍ରଦୀପ ସିଂହ ୨୦୧୯ର ଆଇଏଏସ୍ ଟପର ହୋଇଛନ୍ତି । ଯତୀନ କିଶୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଇଏଏସ୍ ତାଲିକାର ଟପ ଟେନରେ ଦୁଇ ଓଡିଆ ରହିଛନ୍ତି । ଓଡିଶାର ଅଭିଷେକ୍ ସରାଫ ଅଷ୍ଟମ ସ୍ଥାନରେ ଥିବାବେଳେ ସଞ୍ଜିତା ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି । ସଞ୍ଜିତା ପୂର୍ବରୁ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଥିଲେ । ଏହି ପରୀକ୍ଷା ମୋଟ ୮୨୯ ଜଣ ସଫଳ ହୋଇଥିବା ସୂଚନା ମିଳିଛି । ୧୨୫ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ ।
upsc.gov.in ୱେବ୍ସାଇଟ୍ରେ ପରୀକ୍ଷାର୍ଥୀମାନେ ନିଜ ନିଜର ଫଳାଫଳ ଦେଖିପାରୁଛନ୍ତି । ୨୦୧୯ ମସିହା ସେପ୍ଟେମ୍ବର ମାସରେ ପ୍ରିଲିମିନାରି ପରୀକ୍ଷା ହୋଇଥିବା ବେଳେ ୨୦୨୦ ମସିହା ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ଏହାର ଇଣ୍ଟରଭିୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/21-1.jpg)