କନକ ବ୍ୟୁରୋ : ସଂଘ ଲୋକସେବା ଆୟୋଗ (ୟୁପିଏସସି) ତରଫରୁ ଆୟୋଜିତ ସିଭିଲ ସେବା ପରୀକ୍ଷା ୨୦୨୧ ର ଶେଷ ଫଳାଫଳ ଘୋଷଣା ହୋଇଛି । ଏହି ପରୀକ୍ଷାରେ ଶ୍ରୁତି ଶର୍ମା ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଏହାସହ ପ୍ରଥମ ୩ ଟି ସ୍ଥାନ କେବଳ ଝିଅମାନେ ଅକ୍ତିଆର କରି ଇିତିହାସ ରଚିଛନ୍ତି ।

Advertisment

ସେପଟେ ଯଦି ଶ୍ରୁତି ଶର୍ମାଙ୍କ କଥା କୁହାଯିବ ତେବେ ଶ୍ରୁତି ଉତ୍ତର ପ୍ରଦେଶର ବିଜନୋରର ବାସିନ୍ଦା । ସେ ଦିଲ୍ଲୀର ଷ୍ଟିଫେନ୍ସ ବିଶ୍ୱବିଦ୍ୟାଳୟ ସହ ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏଟ ଶିକ୍ଷା ଶେଷ କରିଥିଲେ । ସେ ଜଣେ ଇତିହାସର ଛାତ୍ରୀ ଓ ଜାମିଆ ବିଶ୍ୱବିଦ୍ୟାଳୟର ଆରସିଏରେ କୋଚିଂ ନେଉଥିଲେ । ସେହିଭଳି ୟୁପିଏସସି ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଙ୍କିତା ଅଗ୍ରୱାଲ ଓ ତୃତୀୟ ସ୍ଥାନରେ ଚଣ୍ଡିଗଡର ଗାମିନୀ ସିଙ୍ଗଲା ରହିଛନ୍ତି ।

ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଶ୍ରୁତି କହିଛନ୍ତି କି ତାଙ୍କର ବିଶ୍ୱାସ ଥିଲା ସେ ନିଶ୍ଚିତ ଭାବେ ଏହି ପରୀକ୍ଷାରେ ସଫଳ ହେବେ କିନ୍ତୁ ପ୍ରଥମ ସ୍ଥାନରେ ରହିବାକୁ ନେଇ ସେ ଚକିତ ଥିବା କଥା କହିଛନ୍ତି । ସେପଟେ ସେ ଦିଲ୍ଲୀ ବିଶ୍ୱ ବିିଦ୍ୟାଳୟର ଶିକ୍ଷା ସମାପ୍ତ କରିବା ପରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କ କହିବା ମୁତାବକ ଏନେଇ ତାଙ୍କୁ ଅନେକ କଠିନ ପରିଶ୍ରମ କରିବାକୁ ପଡିଥିଲା ।