କନକ ବ୍ୟୁରୋ : ସକାଳ ୯ ସୁଦ୍ଧା ୟୁପିରେ ୯. ୪୫ ପ୍ରତିଶତ ଭୋଟିଂ ହୋଇଛି । ଆଜି ୟୁପିରେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ଚାଲିଛି ମତଦାନ । ୯ଟି ଜିଲ୍ଲାରେ ୫୮୬ ପ୍ରାର୍ଥୀ ଥିବା ବେଳେ, ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ଭୋଟର । ପ୍ରାୟ ୧୭ ହଜାର ପୋଲିଂ ବୁଥରେ ଭୋଟିଂ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । କରୋନା କଟକଣା ନିୟମ ମାନି ଭୋଟିଂ ଚାଲିଛି ।

Advertisment

କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ ଏବଂ ତାଙ୍କ ପତ୍ନୀ ଧାଡିରେ ଛିଡା ହୋଇ ଭୋଟ୍ ଦେଇଛନ୍ତି । ଏଠାରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ଚାଲିଛି । ୨୦୧୭ରେ ୫୫ ଆସନରୁ ବିଜେପି ୩୮ଟି ଆସନରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି ୧୫ଟି ଆସନରେ ଏବଂ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲା । ୟୁପିରେ ୭ଟି ପର୍ଯ୍ୟାୟରେ ହେବ ମତଦାନ । ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ମାର୍ଚ୍ଚ ୧୦ରେ ଏସବୁ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।