କନକ ବ୍ୟୁରୋ: ଜାତି ଜନଗଣନାକୁ ନେଇ ହୁଲସ୍ତୁଲ ସଂସଦ। ଲୋକସଭାରେ ମଙ୍ଗଳବାର ଜାତିଗତ ଜନଗଣନା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନୁରାଗ ଠାକୁର ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ନାଁ ନନେଇ ଅନୁରାଗ କହିଛନ୍ତି, ଯାହାର ଜାତି ଜଣାନାହିଁ ସେ ଜାତିଗତ ଜନଗଣନା ବାବଦରେ କହୁଛନ୍ତି। ଅନୁରାଗଙ୍କ ଏହି ବୟାନକୁ ନେଇ ସଂସଦରେ ଆରମ୍ଭ ହୋଇଥିଲା ତମ୍ବିତୋଫାନ। ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ। ଅନୁରାଗ ଓ ରାହୁଲଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ, ଜାତିଗତ ଜନଗଣନା ପାଇଁ ସେ ସବୁ ପ୍ରକାର ଅପମାନ ସହିବାକୁ ପ୍ରସ୍ତୁତ। ଦେଶରେ ଯିଏ ଦଳିତ, ଆଦିବାସୀ, ଗରିବ ଓ ନିସ୍ପେସିତଙ୍କ ପାଇଁ ଲଢିବ ତାଙ୍କୁ ଅପମାନ ସହିବାକୁ ପଡିବ। ତେଣୁ ଯେତେ ଅପମାନ କଲେ ବି ଜାତଗତ ଜନଗଣନା ବିଲ୍ ପାରିତ କରିବୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ସେହିଭଳି ରାହୁଲଙ୍କ ସମର୍ଥନରେ ବାହାରିଥିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। କିଏ କିଭଳି ଜଣେ ବ୍ୟକ୍ତିଙ୍କ ଜାତି ବାବଦରେ ପଚାରିପାରିବ ବୋଲି କହିଛନ୍ତି ଅଖିଳେଶ। ଅନରାଗଙ୍କୁ ଆକ୍ଷେପ କରି ଅଖିଳେଶ କହିଛନ୍ତି, ଅନୁରାଗଙ୍କୁ କୁହାଯାଇଛି ୯୯ ଥର ଗାଳି ଖାଇକି ଆସ, ତାପରେ ମନ୍ତ୍ରୀ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/1-52.jpg)