ବିଧାନସଭାରେ ଅଭିଜିତ ଝଡ଼ । ଓଡ଼ିଶା କଳା ସଂସ୍କୃତିକୁ ଅପମାନ ପରେ ବିଧାୟକଙ୍କୁ କହିଲେ ବୋକା, ଗିରଫ କରିବାକୁ ଦାବି ।

42

କନକ ବ୍ୟୁରୋ: ଓଡ଼ିଶାର କଳା ସଂସ୍କୃତିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ଅଭିଜିତ୍ ଆରୟର ମିତ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଓଡ଼ିଶାର କଳା ସଂସ୍କୃତିକୁ ଅପମାନ ପରେ ଓଡିଶାର ବିଧାୟକମାନଙ୍କୁ ବୋକା ବୋଲି କହି ପୁଣି ବିବାଦକୁ ଆସିଛନ୍ତି ଅଭିଜିତ । ଯାହାକୁ ନେଇ ବିଧାନସଭାରେ ଝଡ଼ ଉଠିଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ ଏନେଇ ପ୍ରତିକ୍ରିୟାରେ ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରତାପ ଦେବ । ପ୍ରତାପଙ୍କ କହିଛନ୍ତି ଯେ, ଆମେ ବିଜେପି ଭଳିଆ ନୁହଁ ଯେ ସାମାଜିକ ଟେନସନ୍ ତିଆରି କରି ରାଜନୈତିକ ରୁଟି ସେକୁଛନ୍ତି । ସେଭଳି କାମ ଆମେ କରୁନା । ଅଭିଜିତଙ୍କ ଏଭଳି ମନ୍ତବ୍ୟ ଉପରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ ବୋଲି କହିଛନ୍ତି ପ୍ରତାପ ଦେବ।

ସେହିପରି ବିରୋଧୀଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗରେ ଅଭିଜିତଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତେଣୁ ସ୍ୱାଧୀକାର ନୋଟିସ୍ ଡାକାଯାଇଛି । ନରସିଂହ କହିଛନ୍ତି ଯେ, ଅଣଓଡିଆ ଅଭିଜିତ ଆୟର କୋଣାର୍କ ଓ ପୁରୀ ଉପରେ ସେ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ । ଏହା ଆଇପିସି ଧାରା ୧୫୩(ଏ) ଅନୁସାରେ ଦଣ୍ଡନୀୟ । ବିଧାୟକଙ୍କୁ ମୁର୍ଖ କହିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଗୃହ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଛନ୍ତି । ତେଣୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ପାଇଁ ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳ ନେତା । ଓଡିଶା ଓ ଓଡିଆଙ୍କୁ ଅପମାନ ସୂଚକ ବିବୃତି ଦେଇଛନ୍ତି । ତେଣୁ ସବୁ ରାଜନୈତିକ ବାଦବିବାଦରୁ ଉପରକୁ ଯାଇ ତାଙ୍କୁ ଦଣ୍ଡବିଧାନ କରିବାକୁ ନିଷ୍ପତ୍ତି ନିଆଯାଉ । ଦଳମତ ନିର୍ବିଶେଷରେ ଆଲୋଚନା କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

narsingha mishra jagamohan visitସେପଟେ ବିରୋଧୀ ଦଳ ନେତା ଆଣିଥିବା ନୋଟିସକୁ ସମର୍ଥନ କରୁଛୁ । ବିନା ବିଳମ୍ବ ଓ ତର୍କରେ ଆୟରଙ୍କ ବିରୋଧରେ ସମନ କରାଯାଉ । ଆମେ ରାଜ୍ୟବାସୀଙ୍କ ଦ୍ବାରା ନିର୍ବାଚିତ ହେଇ ଆସିଛୁ । ଆମେ ଗୃହର ସମସ୍ତ ସଭ୍ୟଙ୍କ ସହ ସହମତ । ପ୍ରଥମେ ବିରୋଧୀ ଦଳ ନେତା ଏ ପ୍ରସଙ୍ଗ ଆଣିବା ବେଳେ ଆମେ ସମର୍ଥନ କରିଥିଲୁ । ଓଡିଶାର ସଂସ୍କୃତି ପ୍ରସଙ୍ଗରେ ବିଜେପି ସବୁବେଳେ ଲଢେଇ କରିଆସିଛି ଓ କରିବ ବୋଲି ବିଜେପି ବିଧାୟକଦଳନେତା କେ.ଭି ସିଂଦେଓ ।