ବସରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଆସିକା-ହିଞ୍ଜିଳି ଥାନା ରାଲବ ଛକରେ ଅଘଟଣ

Advertisment
ବସରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଆସିକା-ହିଞ୍ଜିଳି ଥାନା ରାଲବ ଛକରେ ଅଘଟଣ

କନକ ବ୍ୟୁରୋ: ଆସିକା-ହିଞ୍ଜିଳି ଥାନା ରାଲବ ଛକରେ ଅଘଟଣ । ବସରୁ ଖସି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ୧୯ ବର୍ଷୀୟ ରାହୁଲ ନାୟକ । ରାହୁଲଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତେଜନା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ହିଞ୍ଜିଳିରୁ ନିଜ ଗ୍ରାମ କୁଟିଆ ପଦରକୁ ଏକ ଘରୋଇ ବସ୍ ଯୋଗେ ଯାଉଥିଲେ । କୌଣସି କାରଣରୁ ବସରୁ ଖସି ଯାଇ ବସ୍ ଚକା ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ହୋଇଥିଲା । ଏପଟେ ଦୁର୍ଘଟଣାକୁ ନେଇ ଗ୍ରାମରେ ଉତେଜନା ସୃଷ୍ଟି ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe