କନକ ବ୍ୟୁରୋ : ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲ ଉତ୍ତେଜନା । ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ରୋଗୀ ସମ୍ପର୍କୀୟ ମାଡ ମାରିବା ଅଭିଯୋଗ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜରେ ଦେଖାଯାଉଛି, ହଠାତ କିଛି ବ୍ୟକ୍ତି ହସ୍ପିଟାଲ ଭିତିରେ ପଶି ଡାକ୍ତରଙ୍କ ସହ କୌଣସି କଥାକୁ ନେଇ ପାଟିତୁଣ୍ଡ କରୁଛନ୍ତି । ତାପରେ ମାଡ଼ ମାରୁଛନ୍ତି । ଘଟଣା ନେଇ ବଡ଼ଗଡ଼ ଥାନାରେ ହସ୍ପିଟାଲ ତରଫରୁ ଏକ ମାମଲା ରୁଜୁ ହୋଇଛି ।

Advertisment

ସୂଚନା  ଅନୁସାରେ ଯୁବକମାନଙ୍କର ଜଣେ ସମ୍ପର୍କୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅନେକ ସମସ୍ୟା ପାଇଁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିବାକୁ କହିଥିଲେ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ । ହେଲେ କିଛି ନଶୁଣି ଏଠାରେ ଚିକିତ୍ସା କରିବାକୁ ଜିଦ ଧରିଥିଲେ ରୋଗୀଙ୍କ ସାଥୀରେ ଆସିଥିବା ସମ୍ପର୍କୀୟ । ଏହା ପରେ ଅନ୍ୟ ହସ୍ପିଟାଲକୁ ରୋଗୀଙ୍କ ସମ୍ପର୍କୀୟ ଅନ୍ୟ ହସ୍ପିଟାଲକୁ ରୋଗୀଙ୍କୁ ନେଇଥିଲେ । ସେଠାରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ସମ୍ପର୍କୀୟମାନେ ଉତ୍ତେଜିତ ହୋଇ, ଆସି ଏଭଳି କାଣ୍ଡ କରିଛନ୍ତି । ଅଭିଯୋଗ ପରେ ମାମଲାରେ ୨ଜଣଙ୍କୁ ଗିରଫ କରି ଅନ୍ୟ ୨ଜଣଙ୍କୁ ଖୋଜୁଛି ବଡଗଡ଼ ଥାନା ପୋଲିସ ।