ସୁପ୍ରିମକୋର୍ଟରେ ‘କରୋନା’ କଟକଣା: ଉଚ୍ଚତମ ନ୍ୟାୟଳୟ ପରିସରକୁ ପ୍ରବେଶ ମନା; ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ହେବ ଶୁଣାଣି

415

କନକ ବ୍ୟୁରୋ: କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟରେ ମଧ୍ୟ କଟକଣା କରାଯାଇଛି । ସୁପ୍ରିମକୋର୍ଟ ପରିସରକୁ ପ୍ରବେଶ ଉପରେ ଲାଗିଛି କଟକଣା । ଫଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ଜରୁରୀ ଶୁଣାଣୀ । ତେବେ କରୋନା ଭୂତାଣୁ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ଏଭଳି ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସୁପ୍ରିମକୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ଲାଗିଛି । ଏହାସହ ଓକିଲଙ୍କ କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ସିଧାସଳଖ ଶୁଣାଣୀ ବନ୍ଦ କରାଯାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣୀ ହେବାର ନିଷ୍ପତି ହୋଇଛି ।

ଭାରତରେ କାୟା ବିସ୍ତାର କରି ବଢିଚାଲିଛି କରୋନା ଭୂତାଣୁ । ଏହା ମଧ୍ୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ୪୧୫ରେ ପହଂଚିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୮୯ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ମୁକାବିଲା ପାଇଁ ଦେଶର ୨୩ଟି ରାଜ୍ୟର ପ୍ରାୟ ୮୨ଟି ଜିଲ୍ଲାରେ ଲାଗୁ ହୋଇଛି ଲକଡାଉନ । ଏହା ମଧ୍ୟରେ ରହିଛି ଦିଲ୍ଲୀ, ଲକ୍ଷେ୍ନø, ଆଗ୍ରା, ଦେହରାଦୁନ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ଜୟପୁର, ପୁଣେ, ନାଗପୁର, ମୁମ୍ୱାଇ, ରାୟପୁର, ଅହମ୍ମଦାବାଦ ପରି ସହର ରହିଛି ଏହି ଲକଡାଉନ ତାଲିକାରେ । ସାମାଜିକ ଦୂରତା ବଜାୟ ରଖି କରୋନା ମୁକାବିଲା କରିବାକୁ ଏପରି କଠୋର ନିଷ୍ପତି ନିଆଯାଇଛି । ଏଥିପାଇଁ ବିଭିନ୍ନ ରାଜ୍ୟର ନାଗରିକଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାରମାନେ ।