ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲା: ହିନ୍ଦୁ ମହାସଭାର ଦଲିଲକୁ ଚିରିଲେ ମୁସଲିମ ପକ୍ଷର ଓକିଲ; ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ପକ୍ଷ ଯୁକ୍ତି ଶେଷ କରିବାକୁ ଦିଆଗଲା ଡେଡଲାଇନ

Advertisment
ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲା: ହିନ୍ଦୁ ମହାସଭାର ଦଲିଲକୁ ଚିରିଲେ ମୁସଲିମ ପକ୍ଷର ଓକିଲ; ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ପକ୍ଷ ଯୁକ୍ତି ଶେଷ କରିବାକୁ ଦିଆଗଲା ଡେଡଲାଇନ

କନକ ବ୍ୟୁରୋ: ଦୀର୍ଘ ଦିନ ଧରି ସୁପ୍ରିମକୋର୍ଟରେ ଚାଲିଥିବା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ବିବାଦ ବା ଅଯୋଧ୍ୟ ମାମଲାର ଆଜି ଶେଷ ଶୁଣାଣୀ ଚାଲିଛି । ସନ୍ଧ୍ୟା ୫ଟା ସୁଦ୍ଧା ଶୁଣାଣି ଶେଷ କରିବାକୁ ମୁଖ୍ୟ ବିଚାରପତି ଡେଡ୍ ଲାଇନ୍ ସ୍ଥିର କରିଛନ୍ତି । ଏହି ଭିତରେ ହିନ୍ଦୁ ପକ୍ଷ ଓକିଲ ନିଜ ପକ୍ଷ ରଖି ସାରିଛନ୍ତି ।

ଶୁଣାଣି ଆରମ୍ଭ ହେବା ପରେ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠଙ୍କ ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଗୋଗୋଇ କହିଛନ୍ତି, ପାଞ୍ଚଟା ସୁଦ୍ଧା ଏଇ ମାମଲା ଶେଷ ହେବ। ଆମେ ୫ଟା ବେଳେ ଉଠିଯିବୁ। ଆଉ ବରଦାସ୍ତ କରାଯିବ ନାହିଁ। ୩୯ ଦିନ ହେବ ସାମ୍ବିଧାନିକ ଖଣ୍ଡପୀଠ ଯୁକ୍ତିତର୍କ ଶୁଣି ଆସୁଛନ୍ତି। ଆଜି ଏହା ୪୦ ଦିନରେ ପହଞ୍ଚିଛି। ଅଦାଲତଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଏହି ଶୁଣାଣି ହେଉଛି ଇତିହାସରେ ଦ୍ୱିତୀୟ ଦୀର୍ଘତମ ମୌଖିକ ଶୁଣାଣି। ଦୀର୍ଘତମ ଶୁଣାଣି ଥିଲା ୧୯୭୨ ମସିହାର କେଶବାନନ୍ଦ ଭାରତୀ ମାମଲା। ୧୩ ଜଣ ବିଚାରପତି ସମ୍ବଳିତ ଖଣ୍ଡପୀଠ ପାର୍ଲାମେଣ୍ଟର କ୍ଷମତା ଉପରେ ରାୟ ଶୁଣାଇଥିଲେ। ଏଥିପାଇଁ ୬୮ ଦିନ ଧରି ଶୁଣାଣି ଚାଲିଥିଲା।

publive-image

ଅଯୋଧ୍ୟା ରାମ ଜନ୍ମଭୂମିରେ ମସଜିଦ ନିର୍ମାଣ କରି କ୍ଷମତାଲୋଭୀ ଶାସକ ବାବର କରିଥିବା ଐତିହାସିକ ଭୁଲକୁ ସୁଧାରିବାର ସମୟ ଆସିଛି ବୋଲି ସୁପ୍ରିମକୋର୍ଟରେ ମତ ରଖିଛନ୍ତି ହିନ୍ଦୁ ପକ୍ଷ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠଙ୍କ ଆଗରେ ଏଭଳି ମତ ରଖିଛନ୍ତି ଆଟର୍ଣ୍ଣି ଜେନେରାଲ ତଥା ବରିଷ୍ଠ ଓକିଲ କେ ପରାଶରନ । ସେ ହିନ୍ଦୁ ପକ୍ଷରୁ ଏଭଳି ଯୁକ୍ତି ରଖିଛନ୍ତି । ଗତ ୨୬ତାରିଖରେ ପ୍ରଧାନ ବିଚାରପତି କହିଥିଲେ ଯେ, ଅକ୍ଟୋବର ୧୮ସୁଦ୍ଧା ଯେକୌଣସି ପରିସ୍ଥିତିରେ ମାମଲାର ଶୁଣାଣି ଶେଷ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe