କନକ ବ୍ୟୁରୋ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ତିନିଦିିନିଆ ଶ୍ରୀଲଙ୍କା ଗ୍ରସ୍ତରେ ଅଛନ୍ତି । ଗୁରୁବାର ଦିନ ଶ୍ରୀଲଙ୍କାରେ ଅନୁଷ୍ଟିତ ଏକ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଏକ ବଡ ଘଷଣା କରିଛନ୍ତି । ସେ କହିଛନ୍ତି ଯେ ବହୁତ ଶୀଘ୍ର ଶ୍ରୀଲଙ୍କାରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଚାଲୁ ହେବ । ବିଦେଶରେ ମଧ୍ୟ ଭାରତର ଡିଜିଟାଲ ପେମେଣ୍ଟ ସଫଳ ପ୍ରମାଣିତ ହୋଇଛି ଏବଂ ୟୁପିଆଇ ଚାହିଦା ଅନେକ ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଦେଶ ଏହାର ଲାଭ ଉଠାଉଛନ୍ତି ବର୍ତ୍ତମାନ ଖୁବ୍ ଶୀଘ୍ର ଶ୍ରୀଲଙ୍କାର ନାମ ମଧ୍ୟ ଏଥିରେ ଯୋଡିବାକୁ ଯାଉଛି ।

Advertisment

ଭାରତରେ ୟୁପିଆଇ ଅନେକ ପରିମାଣରେ ସଫଳତା ପାଇବା ପରେ ଏବେ ପଡୋଶୀ ଦେଶ ଶ୍ରୀଲଙ୍କା ବହୁତ ଶୀଘ୍ର ଏହା ଉପଯୁକ୍ତ ବ୍ୟବହାର କରି ଲାଭ ଉଠାଇବା ପାଇଁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ଏକ କାର୍ଯ୍ୟକ୍ରମରେ ଏହାର ସୂଚନା ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଶ୍ରୀଲଙ୍କାର ଖରାପ ପରିସ୍ଥିତିରେ ସାହାଯ୍ୟ କରିଛି ଏବଂ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଭାରତ ୪ ବିଲିୟନ ଡଲାର ପ୍ୟାକେଜ ଉପରେ କାର୍ଯ୍ୟ କରୁଛି । ଏହାସହ ପ୍ରଥମ ଦେଶ ହେଉଛି ଭାରତ ଯିଏ ଶ୍ରୀଲଙ୍କାର କଠିନ ପରିସ୍ଥିତିରେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଭାରତରେ ୟୁପିଆଇର ବ୍ୟବହାର କିଛି ବର୍ଷ ହେଲାଣି ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହା ପରେ ଅନେକ ଦେଶ ମାନେ ମଧ୍ୟ ଏହି ଡିଜିଟାଲ ପେମେଣ୍ଟ ପାଇଁ ନିଜର ଆଗ୍ରହ ଦେଖାଇଛନ୍ତି । ଶ୍ରୀଲଙ୍କା ବ୍ୟତୀତ ଫ୍ରାନ୍ସ, ଆରବ ଏମିରେଟ୍ସ, ସିଙ୍ଗାପୁର, ଭିଏତନାମ, ଥାଇଲାଣ୍ଡ ଭଳି ଦେଶ ମାନେ ମଧ୍ୟ ଏହା ପାଇଁ ନିଜର ଇଛା ପ୍ରକାଶ କରିଛନ୍ତ ।