କରୋନା ସମୟରେ ଡିଜିଟାଲ ପେମେଣ୍ଟର ଚାହିଦା ବଢୁଛି । ଜୁନରେ ସାଢେ ୫ ଲକ୍ଷ କୋଟିର ୟୁପିଆଇ କାରବାର ।

110

କନକ ବ୍ୟୁରୋ : କରୋନା ସମୟରେ ଲୋକମାନେ ଅର୍ଥ ନେଣଦେଣ ପାଇଁ ଡିଜିଟାଲ ପେମେଣ୍ଟକୁ ଅଧିକ ପସନ୍ଦ କରୁଛନ୍ତି, ଅଧିକ ସୁରକ୍ଷିତ ମନେ କରୁଛନ୍ତି । ଏନପିସିଆଇ (ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ) ପକ୍ଷରୁ ନିକଟରେ ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ ୟୁପିଆଇ ପେମେଣ୍ଟ ପରିମାଣ ବଢିଚାଲିଛି ।

ଏନପିସିଆଇ ତଥ୍ୟ ଅନୁସାରେ ଜୁନ ମାସରେ ଦେଶର ୟୁପିଆଇ କାରବାର ( ଗୁଗୁଲ ପେ, ଭିମ, ଫୋନପେ, ଆମାଜନ, ଭାରତପେ ଇତ୍ୟାଦି) ପରିମାଣ ୧୧.୬ ପ୍ରତିଶତ ବୃଦ୍ଧି ପାଇ ୫.୪୭ ଲକ୍ଷ କୋଟିରେ ପହଞ୍ଚିଛି । ମେ ମାସରେ ୟୁପିଆଇ କାରବାର ପରିମାଣ ୫.୯୧ ଲକ୍ଷ କୋଟି ଥିଲା । କାରବାର ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଜୁନ ମାସରେ ଭାରତୀୟମାନେ ପ୍ରାୟ ୨୮୦ କୋଟି ସଂଖ୍ୟକ କାରବାର ହୋଇଥିଲା ଯାହାକି ମେ ମାସରେ ୨୫୩ କୋଟି ଥିଲା ।

ଏନପିସିଆଇ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ବ୍ୟାଙ୍କ ସଂଘ ପକ୍ଷରୁ ମିଳିତ ଭାବେ ପରିଚାଳିତ ଏକ ରିଟେଲ ପେମେଣ୍ଟ ଓ ସେଟଲମେଣ୍ଟ କରୁଥିବା ଏକ ସଂସ୍ଥା । ଏନପିସିଆଇ ଦ୍ବାରା ପରିଚାଳିତ ୟୁପିଆଇ (ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ମାଧ୍ୟମରେ ଗୋଟିଏ ମୋବାଇଲ ଆପ୍ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଖାତା ମଧ୍ୟରେ ଅର୍ଥ ନେଣଦେଣ ସମ୍ଭବ ହୋଇଥାଏ ।