କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ବିବାଦ ନେଇ ଚର୍ଚ୍ଚାରେ ଥିବା ଉପେନ୍ଦ୍ର କୁଶୱାହା ସୋମବାର ନିଜର ରାସ୍ତା ବାଛିନେଇଛନ୍ତି । ପ୍ରେମମିଟ କରି ସେ ନୂଆ ଦଳର ଘୋଷଣା କରିଛି । ନୂଆ ଦଳର ନାଁ ରାଷ୍ଟ୍ରୀୟ ଲୋକ ଜନତା ଦଳ ରଖାଯାଇଛି । କୁଶୱାହା କହିଛନ୍ତି ଆଜିଠାରୁ ଆମେ ନୂଆ ଦଳର ଶୁଭାରମ୍ଭ କରିଛୁ । ସେ ଏମଏଲସି ଏବଂ ଜେଡିୟୁ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ୨ ବର୍ଷ ପୂର୍ବ ମୁଁ ଜେଡିୟୁରେ ଯୋଗଦେଇଥିଲି । ବର୍ତ୍ତମାନ ଠାରୁ ନୂଆ ରାଜନୈତିକ ଯାତ୍ରାର ଶୁଭାରମ୍ଭ କରୁଛି । ୨୦୦୫ ପରେ ନୀତୀଶଙ୍କ ସାମ୍ରାଜ୍ୟ ଆଗକୁ ବଢିଥିଲା । ତାଙ୍କ ସରକାର ଭଲ କାମ କରିଥିଲା । ବିହାରରୁ ଜଙ୍ଗଲ ରାଜ ହଟାଇବାରେ ସେ ଭଲ କାମ କରିଥିଲେ । ଶାନ୍ତି ପ୍ରତିଷ୍ଠା ହୋଇଥିଲା । ତେବେ ସେ ବର୍ତ୍ତମାନ ଭୁଲ ରାସ୍ତାରେ ଅଛନ୍ତି ।