ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା: ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି ଆଜି; ରିମାଣ୍ଡ ମିଳିଲେ, ଭୁବନେଶ୍ୱର ଆଣି ସିନ୍ ରି-କ୍ରିଏସନ କରିପାରେ ପୁଲିସ

Advertisment
ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା: ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି ଆଜି; ରିମାଣ୍ଡ ମିଳିଲେ, ଭୁବନେଶ୍ୱର ଆଣି ସିନ୍ ରି-କ୍ରିଏସନ କରିପାରେ ପୁଲିସ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ରାକେଶକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିଛି । ଆଜି ଏହି ରିମାଣ୍ଡ ଆବେଦନର ଶୁଣାଣି କରି କୋର୍ଟ ଯଦି ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରନ୍ତି ତେବେ, ପୁଲିସ ରାକେଶକୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ ।ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍ ରି-କ୍ରିଏସନ୍ କରିପାରେ ।

ଝରାଫୁଲ-ରାକେଶ ଲିଙ୍ଗରାଜ ଷ୍ଟେସନ ନିକଟ ଫାଷ୍ଟଫୁଡ୍ ଦୋକାନରୁ ବିରିୟାନି ଖାଇ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ଯିବା ବାଟରେ ଆଉ କିଛି ଖାଇଥିଲେ କି? ସେହି ଦିନ ଝରାଫୁଲ କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ପିଇ ଥିଲେ କି? ସେ ଦିନ ରାତିରେ ରାକେଶ ଓ ଝରାଫୁଲ ଗେଷ୍ଟ ହାଉସରେ ଥିବା ବେଳେ କଣ ଘଟିଥିଲା, ସେ ବାବଦରେ ରାକେଶ ଠାରୁ ଜାଣିବା ପାଇଁ ଉଦ୍ୟମ କରିବ ପୁଲିସ । ଆଉ ଆବଶ୍ୟକ ପଡିଲେ, ପୁଲିସ ରାକେଶକୁ ସେହି ସବୁ ସ୍ଥାନକୁ ନେଇ ସିନ୍ ରି-କ୍ରିଏସ୍ନ କରିବ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe