ମଧ୍ୟପ୍ରଦେଶରେ ସରକାର ଗଢିବ ବିଜେପି! ଟ୍ୱିଟ୍ କରି ଶିବରାଜ କହିଲେ ଜନତାଙ୍କ ଆଶୀର୍ବାଦରୁ ରାଜ୍ୟକୁ ପୁଣି ଫେରିବ ପଦ୍ମ ।

Advertisment
ମଧ୍ୟପ୍ରଦେଶରେ ସରକାର ଗଢିବ ବିଜେପି! ଟ୍ୱିଟ୍ କରି ଶିବରାଜ କହିଲେ ଜନତାଙ୍କ ଆଶୀର୍ବାଦରୁ ରାଜ୍ୟକୁ ପୁଣି ଫେରିବ ପଦ୍ମ ।

କନକ ବ୍ୟୁରୋ: ଏବେଯାଏଁ ହୋଇଥିବା ଭୋଟ ଗଣତିରୁ ଯାହା ଜଣାପଡୁଛି । ମଧ୍ୟପ୍ରଦେଶରେ ପୁଣି ସରକାର ଗଢିପାରେ ବିଜେପି । କାରଣ ଏଠାରେ ବହୁମତରେ ଆଗେଇ ଚାଲିଛି ବିଜେପି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରିବା ସହ ଟ୍ୱିଟ୍ କରି ରାଜ୍ୟର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିବରାଜ ।publive-image

ଶିବରାଜ କହିଛନ୍ତି ଯେ, ରାଜ୍ୟର ଜନତାଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱକୁ ନେଇ ମଧ୍ୟପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢିବାକୁ ଯାଉଛି । ଏହାସହ ସେ ବିଜେପିର ସମସ୍ତଙ୍କ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମଧ୍ୟପ୍ରଦେଶରେ ୨୩୦ ଲୋକସଭା ଆସନ ପାଇଁ ଭୋଟିଂ ହୋଇଥିଲା । ଆଜି ଗଣତିରେ ବିଜେପି ଭାରୀ ସଂଖ୍ୟାରେ ଆଗୁଆ ଚାଲିଛି ।  ମଧ୍ୟପ୍ରଦେଶରେ ବିଜେପିର ଶିବରାଜ ସିଂ ଚୌହାନ୍ ଗତ ୨୦ ବର୍ଷ ଧରି ଶାସନ ମଙ୍ଗ ଧରିଛନ୍ତି । ୨୦୧୮ରେ କମଲନାଥ ମାତ୍ର ୧୫ ମାସ ପାଇଁ ଶାସନକୁ ଆସିଥିଲେ ପୁଣି ଶାସନ ଗାଦିକୁ ଫେରିଥିଲେ ଶିବରାଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe