କନକ ବ୍ୟୁରୋ: ଏବେଯାଏଁ ହୋଇଥିବା ଭୋଟ ଗଣତିରୁ ଯାହା ଜଣାପଡୁଛି । ମଧ୍ୟପ୍ରଦେଶରେ ପୁଣି ସରକାର ଗଢିପାରେ ବିଜେପି । କାରଣ ଏଠାରେ ବହୁମତରେ ଆଗେଇ ଚାଲିଛି ବିଜେପି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରିବା ସହ ଟ୍ୱିଟ୍ କରି ରାଜ୍ୟର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିବରାଜ ।/kanak/media/post_attachments/wp-content/uploads/2023/12/shivraj.jpg)
ଶିବରାଜ କହିଛନ୍ତି ଯେ, ରାଜ୍ୟର ଜନତାଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱକୁ ନେଇ ମଧ୍ୟପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢିବାକୁ ଯାଉଛି । ଏହାସହ ସେ ବିଜେପିର ସମସ୍ତଙ୍କ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମଧ୍ୟପ୍ରଦେଶରେ ୨୩୦ ଲୋକସଭା ଆସନ ପାଇଁ ଭୋଟିଂ ହୋଇଥିଲା । ଆଜି ଗଣତିରେ ବିଜେପି ଭାରୀ ସଂଖ୍ୟାରେ ଆଗୁଆ ଚାଲିଛି । ମଧ୍ୟପ୍ରଦେଶରେ ବିଜେପିର ଶିବରାଜ ସିଂ ଚୌହାନ୍ ଗତ ୨୦ ବର୍ଷ ଧରି ଶାସନ ମଙ୍ଗ ଧରିଛନ୍ତି । ୨୦୧୮ରେ କମଲନାଥ ମାତ୍ର ୧୫ ମାସ ପାଇଁ ଶାସନକୁ ଆସିଥିଲେ ପୁଣି ଶାସନ ଗାଦିକୁ ଫେରିଥିଲେ ଶିବରାଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/12/6-6.jpg)