ରାସନ କାର୍ଡରେ ଅପଡେଟ କରନ୍ତୁ ଆପଣଙ୍କ ମୋବାଇଲ ନମ୍ବର: ସବୁ ବେଳେ ମିଳିବ ରାସନ…

391

କନକ ବ୍ୟୁରୋ: ଗୋଟିଏ ସାଧାରଣ ପରିବାର ପାଇଁ ରାସନ କାର୍ଡ ବହୁତ ଜରୁରୀ । ଯେଉଁଥିରେ ସରକାରଙ୍କ ତରଫରୁ ମାଗଣା ରାସନ ମିଳିଥାଏ । ଯଦି ଆପଣ ରାସନ କାର୍ଡରେ ଆପଣଙ୍କ ମୋବାଇଲ ନମ୍ବର ଅପଡେଟ କରିନାହାନ୍ତି, କି ନମ୍ବର ବଦଳାଇ ଦେଇଛନ୍ତି ତେବେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ତେଣୁ ଆପଣ ଡେରି ନକରି ତୁରନ୍ତ ଆପଣଙ୍କ ରାସନ କାର୍ଡରେ ମୋବାଇଲ ନମ୍ବରକୁ ଅପଡେଟ କରିଦିଅନ୍ତୁ ।

ଯଦି ଆପଣଙ୍କ ନମ୍ବର ରାସନକାର୍ଡରେ ନଥିବ ତେବେ ଆପଣଙ୍କୁ ରାସନକାର୍ଡ ସମ୍ବନ୍ଧିତ କୌଣସି ସୂଚନା ମିଳିବ ନାହିଁ । ରାସନକାର୍ଡରେ ମୋବାଇଲ ନମ୍ବର ଅପଟେଡ କରିବା ବହୁତ ସହଜ । ଏହାକୁ ଆପଣ ଘରେ ବସି ବି କରିପାରିବେ ।

ସୂଚନାଅନୁସାରେ ଦେଶର ୨୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜୁନ ୨୦୨୦ରେ ରାସନକାର୍ଡ ପୋର୍ଟାବିଲିଟି ସେବା ୱାନ ନେସନ ୱାନ ରାସନ ଲାଗୁ ହୋଇଛି । ଏହି ଯୋଜନା ଅନୁସାରେ ଆପଣ ଯେ କୌଣସି ରାଜ୍ୟରେ ରହିକି ବି ରାସନ କିଣି ପାରିବେ ।