ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ତୁରନ୍ତ କରାଇଦିଅନ୍ତୁ ଅପଡେଟ୍ । ନଚେତ୍ ଆପଣଙ୍କୁ ମିଳିବନି ବ୍ୟାଙ୍କ ସହ ଜଡିତ ଜରୁରୀ ସୂଚନା ।

1,672

କନକ ବ୍ୟୁରୋ : ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଆକାଉଣ୍ଟଧାରୀଙ୍କୁ ଟ୍ୱିଟ୍ କରି ସୂଚନା ଦେଇଛି ଯେ, ଯଦି କୌଣସି ଗ୍ରାହକ ନିଜ ମୋବାଇଲ୍ ନମ୍ବର ତଥା ଇ-ମେଲ୍ ଆଇଡି ବଦଳାଇଛନ୍ତି, ତେବେ ଏହାକୁ ତୁରନ୍ତ ବ୍ୟାଙ୍କରେ ଅପଡେଟ୍ କରାଇଦିଅନ୍ତୁ । ନଚେତ୍ ବ୍ୟାଙ୍କ ସହ ଜଡିତ ଅନେକ ଜରୁରୀ ସୂଚନା ଆପଣ ପାଇପାରିବେ ନାହିଁ ।

ତେବେ ବ୍ୟାଙ୍କରେ ପଞ୍ଜୀକୃତ ଥିବା ମୋବଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ବଦଳାଇବା ପାଇଁ ଆପଣଙ୍କୁ କେଉଁଠିକି ଯିବାକୁ ପଡିବ ନାହିଁ । ଘରେ ବସି ବସି ଆପଣ ଏହି କାମକୁ ଅତି ସହଜରେ କରିପାରିବେ । ଆସନ୍ତୁ ଜାଣିବା ପୂରା ପ୍ରକ୍ରିୟା ।

ସବୁଠୁ ପ୍ରଥମେ ଏସବିଆଇର ୱେବସାଇଟ୍ www.onlinesbi.com ରେ ଆପଣଙ୍କ ଆକାଉଣ୍ଟ ଳଗ୍ ଇନ୍ କରନ୍ତୁ ।
ଏହା ପରେ ବାମ ପଟେ ସବୁଠୁ ଉପରି ଭାଗରେ ଲେଖାହୋଇଥିବା My Accounts and Profile ରେ କ୍ଲିକ୍ କରନ୍ତୁ ।
ଏହା ପରେ profile ଉପରେ କ୍ଲିକ୍ କରନ୍ତୁ । ଏବଂ ଏହା ପରେ Personal details/Mobile ରେ କ୍ଲିକ୍ କରନ୍ତୁ ।
ଏବେ profile password ଦିଅନ୍ତୁ ଏବଂ Submit ଉପରେ କ୍ଲିକ୍ କରନ୍ତୁ ।

ତେବେ ଏହି ତରିକା ଆପଣାଇ କିମ୍ବା ଆପଣଙ୍କ ଆକାଉଣ୍ଟ ଥିବା ଏସବିଆଇ ବ୍ରାଞ୍ଚକୁ ଯାଇ ଆପଣ ନିଜ ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ ଆଇଡି ଅପଡେଟ୍ କରାଇପାରିବେ । ନଚେତ୍ ଏଟିଏମରୁ ଆପଣ ୧୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ । କାରଣ ଗତ ଜାନୁଆରୀ ୧ ତାରିଖରୁ ଏଟିଏମରୁ ଟଙ୍କା ଉଠାଣ ପାଇଁ ଓଟିପି ସର୍ଭିସ ଆରମ୍ଭ କରିଛି ଏସବିଆଇ । ଆଉ ଏହି ଓଟିପି ବ୍ୟାଙ୍କରେ ପଞ୍ଜୀକୃତ ଥିବା ମୋବଇଲ ନମ୍ବରକୁ ହିଁ ଆସିଥାଏ ।