କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୩୪୦ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୮୪ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨୫୬ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି...
#ଭୁବନେଶ୍ୱରରେ_ମାଡ଼ି_ଚାଲିଛି_ଭୂତାଣୁ: ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କରୋନାରୁ ଆଉ ୩୩୭ ଜଣ ଆକ୍ରାନ୍ତ ହେଲେ ସୁସ୍ଥ । ଦେଖିନିଅନ୍ତୁ କେଉଁ ଅଞ୍ଚଳରୁ କେତେ ଚିହ୍ନଟ ହେଲେ ଆଉ କେତେ ହେଲେ ସୁସ୍ଥ? #OdishaFightsCoronavirus#Bhubaneswar#COVID19@bmcbbsrpic.twitter.com/B2gZRuUCnT
— Kanak News (@kanak_news) October 1, 2020
ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୩୩୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨ ହଜାର ୨୩୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୩ ହଜାର ୫୩୬ ରହିଛି । ସେହିଭଳି ୧୮ ହଜାର ୫୮୫ ଜଣ ସୁସ୍ଥ ହୋଇଥିବାବେଳେ ୯୬ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।